odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ସୌମ୍ୟ ହତ୍ୟା ମାମଲା

ଭୁବନେଶ୍ୱର : ବହୁଚର୍ଚ୍ଚିତ ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ବଡ଼ ଖବର । ଏହି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଜି କୋର୍ଟରେ ୧୧ ଜଣ ଅଭିଯୁକ୍ତଙ୍କ ବିରୋଧରେ ୭୬୭ ପୃଷ୍ଠାର ଏକ ବିସ୍ତୃତ ଚାର୍ଜସିଟ୍ ଦାଖଲ କରିଛି । ଦୀର୍ଘ ଦିନର ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡ ସହ ଜଡ଼ିତ ବିଭିନ୍ନ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତମାନଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛି । ଏହି ମାମଲାରେ ପୂର୍ବରୁ ସମୁଦାୟ ୨୦ ଜଣଙ୍କୁ ଗିରଫ କରାଯାଇଥିଲା, ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୧୧ ଜଣଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ପର୍ଯ୍ୟାପ୍ତ ପ୍ରମାଣ ପାଇବାରେ ସଫଳ ହୋଇଛି ।
ଅନ୍ୟପକ୍ଷରେ, ଏହି ମାମଲାରେ ଗିରଫ ହୋଇଥିବା ଅବଶିଷ୍ଟ ୯ ଜଣଙ୍କୁ କ୍ରାଇମବ୍ରାଞ୍ଚ ପକ୍ଷରୁ କ୍ଲିନ୍ ଚିଟ୍ ପ୍ରଦାନ କରାଯାଇଛି । ପୂର୍ବରୁ ସ୍ଥାନୀୟ ଥାନାରେ ଏହି ୯ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିଲା, ମାତ୍ର କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସେମାନଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ । ତେଣୁ ଏହି ୯ ଜଣଙ୍କ ନାମରେ ହୋଇଥିବା ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କ୍ରାଇମବ୍ରାଞ୍ଚ କୋର୍ଟରେ ସ୍ପଷ୍ଟ କରିଛି । ସୌମ୍ୟଙ୍କ ହତ୍ୟା ପରେ ଅଞ୍ଚଳରେ ଦେଖାଦେଇଥିବା ଜନ ଅସନ୍ତୋଷ ଏବଂ ପୋଲିସର ପ୍ରାଥମିକ ତଦନ୍ତକୁ ନେଇ ଉଠିଥିବା ପ୍ରଶ୍ନ ପରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top