odisha24 Live

Latest News

Latest News

ବ୍ରହ୍ମପୁରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ

ଭୁବନେଶ୍ୱର : ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ୱତନ୍ତ୍ର ଟ୍ରେନ୍‌ରେ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବ୍ରହ୍ମପୁରରେ ପହଞ୍ଚିବାକୁ ୨ ଘଣ୍ଟା ସମୟ ଲାଗିବ। ରେଳଷ୍ଟେସନର ୪ନଂ ପ୍ଲାଟଫର୍ମରୁ ରାଷ୍ଟ୍ରପତି ସଡ଼କ ପଥରେ ତପ୍ତାପାଣି ଯାତ୍ରା କରିବେ। ରାଷ୍ଟ୍ରପତିଙ୍କୁ ଷ୍ଟେସନରେ ୧୦ଟ୍ରୁପ କଳାକାର ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରି ସ୍ବାଗତ କରିବେ। ରାଷ୍ଟ୍ରପତିଙ୍କ କାର୍‌କେଡ଼ ଗୋସାଇଁନୂଆଗାଁ, ଅନ୍ଧପସରାରୋଡ଼, ଫାଷ୍ଟଗେଟ୍‌, ଦିଗପହଣ୍ଡି ରୋଡ଼ ଦେଇ ତପ୍ତପାଣି ପହଞ୍ଚିବ। ସେଠାରେ ଉଷ୍ମପ୍ରସ୍ରବଣ ଏବଂ ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ଣରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଞ୍ଜାମ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ରେଳଷ୍ଟେସନ ସମେତ ସମସ୍ତ ସଡ଼କ ପଥରେ ବ୍ଲୁ ବୁକ୍‌ ଅନୁସାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳଷ୍ଟେସନ ଓ ସମସ୍ତ ସଡ଼କ ପଥ ସୁରକ୍ଷା ବଳୟରେ ରଖାଯାଇଛି।ରାଷ୍ଟ୍ରପତି ତପ୍ତପାଣି ଗସ୍ତ କରି ମା’ କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ପରେ ବ୍ରହ୍ମପୁର ଫେରିବେ । ସେଠାରେ ଗୋପାଳପୁର ସ୍ଥିତ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରୀଯାପନ କରିବେ । ଏହାପରେ ଆସନ୍ତାକାଲି ବୁଧବାର ସ୍ବତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି ।

Share In Social Media
Scroll to Top