odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଥରିଲା ମିଶର ସହର

ନୂଆଦିଲ୍ଲୀ: ସୋମବାର ମିଶରରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୪ ମାପ କରାଯାଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ରିପୋର୍ଟ କରିଛି ସ୍ଥାନୀୟ ସମୟ ରାତି ପ୍ରାୟ ୧୨ଟା ରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହଠାତ ଭୂମିକମ୍ପ ଯୋଗୁଁ ଘରୋ ଶୋଇଥିବା ଲୋକେ ଭୟରେ ବାହାରକୁ ପଳାଇ ଆସିଥିଲେ । ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠର ୧୦ କିମି ଗଭୀରତାରେ ଥିଲା । ଇଜିପ୍ଟର ଅଧିକାରୀମାନେ ସୁଏଜ ସହରରୁ ୩୮ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ଦେଇଛନ୍ତି । ଭୂମିକମ୍ପର କେନ୍ଦ୍ରସ୍ଥଳ ମିଶର ଥିଲେ ମଧ୍ୟ ଏହାର ପ୍ରଭାବରେ କାଇରୋ, ଗିଜା ଏବଂ ଅନେକ ମିଶରର ଅନ୍ୟ ପ୍ରଦେଶ ସମେତ ପାଲେଷ୍ଟାଇନ , ଇସ୍ରାଏଲ , ଜୋର୍ଡାନ, ଲେବାନନ ଏବଂ ସାଇପ୍ରସର କିଛି ଅଞ୍ଚଳର ଲୋକମାନେ ମଧ୍ୟ ଭୁମିକମ୍ପର ଝଟକା ଅନୁଭବ କରିଥିଲେ । ଇଜିପ୍ଟର ରେଡ କ୍ରିସେଣ୍ଟ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ଜରୁରୀକାଳୀନ ପ୍ରତିକ୍ରିୟା ସକ୍ରିୟ କରିଛି । ମିଶରର ଏହି ବିଶାଳ ଅଞ୍ଚଳ ଏବଂ ଭୂମଧ୍ୟସାଗର ଏକ ସକ୍ରିୟ ଭୂମିକମ୍ପପ୍ରବଣ ଅଞ୍ଚଳ । ଏହି ଅଞ୍ଚଳରେ ପ୍ରାୟତଃ ୫ରୁ୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥାଏ । ଅଧିକାଂଶ କ୍ଷେତ୍ରରେ , ଭୂମିକମ୍ପ ଯୋଗୁଁ ଧନଜୀବନ ହାନି ଘଟି ନଥାଏ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top