odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ତରୁଣ ତେଜପାଲ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ତରୁଣ ତେଜପାଲଙ୍କୁ ଦୋଷୀ ସାବ୍ୟସ୍ତ କଲେ ବମ୍ବେ ହାଇକୋର୍ଟ । ୨୦୨୧ ମସିହାରେ ନିମ୍ନ ଅଦାଲତ ତାଙ୍କୁ ଯେଉଁ ଦୋଷମୁକ୍ତ କରିଥିଲେ, ସେହି ରାୟକୁ ହାଇକୋର୍ଟ ପୂରାପୂରି ଓଲଟାଇ ଦେଇଛନ୍ତି ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୨୦୧୩ ମସିହା ନଭେମ୍ବର ମାସରେ ଗୋଆର ଏକ ହୋଟେଲର ଲିଫ୍ଟ ଭିତରେ ଜଣେ ପୂର୍ବତନ କନିଷ୍ଠ ସହଯୋଗୀଙ୍କୁ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଥିଲା । ଗୋଆ ଟ୍ରାଏଲ୍ କୋର୍ଟ ତରୁଣ ତେଜପାଲଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ହାଇକୋର୍ଟ ନିମ୍ନ ଅଦାଲତଙ୍କ ରାୟକୁ ଖାରଜ କରି ତାଙ୍କୁ ଦୋଷୀ ଘୋଷଣା କରିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେତା ଯୁକ୍ତି ବାଢ଼ିଥିଲେ ଯେ ତେଜପାଲ ପୀଡ଼ିତାଙ୍କ ‘ନା’କୁ ‘ନା’ ଭାବେ ଗ୍ରହଣ କରିନଥିଲେ । ନିମ୍ନ ଅଦାଲତ ପୀଡ଼ିତାଙ୍କ ଆଚରଣକୁ ଭୁଲ୍ ଭାବେ ଆକଳନ କରି ଗମ୍ଭୀର ଭୁଲ୍ କରିଥିଲେ । ଜଣେ ଯୌନ ଉତ୍ପୀଡ଼ନ ପୀଡ଼ିତାଙ୍କ ପ୍ରତିକ୍ରିୟା ପାଇଁ କୌଣସି ସାର୍ବଜନୀନ ମାନଦଣ୍ଡ ରହିପାରିବ ନାହିଁ । ଅଦାଲତରେ ତେଜପାଲ କହିଛନ୍ତି, “ମୋର ବୟସ ୬୨ ବର୍ଷ ଏବଂ ମୁଁ ବିଶ୍ୱାସ କରେ ଯେ ମୁଁ ଜଣେ ପୀଡ଼ିତ । ମୋର ପତ୍ନୀ ଅଛନ୍ତି ଏବଂ ଏହାଠାରୁ ଅଧିକ କିଛି କହିବାର ନାହିଁ । ଆମେ ଉପର କୋର୍ଟରେ ଅପିଲ୍ କରିପାରିବା, ଦୟାକରି ମୋ ପ୍ରତି ନରମ ରୁହନ୍ତୁ ।” ତେଜପାଲଙ୍କ ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ, ଅଭିଯୋଗକାରିଣୀଙ୍କ ବିଶ୍ୱସନୀୟତା ଏବଂ ଘଟଣା ପୂର୍ବ ଓ ପରର ବ୍ୟବହାରକୁ ଦୃଷ୍ଟିରେ ରଖି ଏହା ମିଥ୍ୟା ଅଟେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top