odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଡିଜିଟାଲ ରେକର୍ଡକୁ ମିଳିଲା ଆଇନଗତ ମାନ୍ୟତା

ନୂଆଦିଲ୍ଲୀ : ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ ଅନୁମୋଦିତ । ଡିଜିଟାଲ ରେକର୍ଡକୁ ମିଳିଲା କୋର୍ଟରେ ଆଇନଗତ ମାନ୍ୟତା । ଭାରତୀୟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଏକ ବଡ଼ ଏବଂ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି । ବୁଧବାର ଦିନ ଲୋକସଭାରେ ‘ବ୍ୟାଙ୍କର୍ସ ବୁକ୍ ଏଭିଡେନ୍ସ ବିଲ୍ ୨୦୨୬’ କୁ ସରକାରୀ ଭାବେ ଅନୁମୋଦନ ମିଳିଛି । ଏହି ନୂତନ ଆଇନ ପ୍ରଣୟନ ହେବା ପରେ ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରର ସମସ୍ତ ଡିଜିଟାଲ ଏବଂ ଭର୍ଚ୍ଚୁଆଲ ରେକର୍ଡକୁ ଅଦାଲତରେ ସାକ୍ଷ୍ୟ ବା ପ୍ରମାଣ ଭାବେ ଆନୁଷ୍ଠାନିକ ଭାବେ ବିଚାର କରାଯିବ । ବ୍ରିଟିଶ ଅମଳରୁ ଚାଲିଆସୁଥିବା ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ଆକ୍ଟ, ୧୮୮୧’ କୁ ଏହି ନୂତନ ବିଲ୍ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବ । ସେତେବେଳେ ବ୍ୟାଙ୍କିଙ୍ଗ୍ କାରବାର କେବଳ କାଗଜର ବହିଖାତା ଏବଂ ଭୌତିକ ଦସ୍ତାବିଜ ଜରିଆରେ ହେଉଥିଲା । ମାତ୍ର ସମୟର ପରିବର୍ତ୍ତନ ସାଙ୍ଗକୁ ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଡିଜିଟାଲ୍ ହୋଇଯାଇଛି । ବର୍ତ୍ତମାନର ଦ୍ରୁତ ଗତିଶୀଳ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ କୋର୍ ବ୍ୟାଙ୍କିଙ୍ଗ୍, ମୋବାଇଲ ଆପ୍, ୟୁପିଆଇ ଏବଂ ଅନଲାଇନ୍ ଟ୍ରାଞ୍ଜାକ୍ସନକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ପୁରୁଣା ଆଇନରେ ଡିଜିଟାଲ ଡାଟାକୁ ଆଇନଗତ ପ୍ରମାଣ ଭାବେ ଉପସ୍ଥାପନ କରିବାରେ ବହୁ ଜଟିଳତା ଓ ସମସ୍ୟା ଦେଖାଦେଉଥିଲା । ଏହି ନୂତନ ଆଇନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଡିଜିଟାଲ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଠୋସ୍ ଆଇନଗତ ସୁରକ୍ଷା ଏବଂ ମାନ୍ୟତା ପ୍ରଦାନ କରିବା । ଏହି ଆଇନ ଜରିଆରେ କୋର୍ଟରେ ଶୁଣାଣି ପ୍ରକ୍ରିୟା ଅଧିକ ସହଜ ହୋଇପାରିବ । ବିଶେଷ କରି ଅନେକ ଡିଜିଟାଲ ରେକର୍ଡଗୁଡ଼ିକୁ ଅଦାଲତରେ ପ୍ରମାଣ ଭାବେ ସହଜରେ ଉପସ୍ଥାପନ କରିହେବ । ଯେପରିକି ଡିଜିଟାଲ ନେଣଦେଣ, ଅନଲାଇନ୍ ଏଣ୍ଟ୍ରି, ଇ-ଷ୍ଟେଟ୍ମେଣ୍ଟ, ସମସ୍ତ ପ୍ରକାର ଭର୍ଚ୍ଚୁଆଲ ରେକର୍ଡ। ଡିଜିଟାଲ୍ ଯୁଗର ଅଗ୍ରଗତି ସାଙ୍ଗକୁ ସାଇବର ଅପରାଧ, ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇ ଏବଂ ବିଭିନ୍ନ ଆର୍ଥିକ ଅନିୟମିତତା ମାମଲା ମଧ୍ୟ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପୂର୍ବରୁ ଏହିସବୁ ମାମଲାରେ ଡିଜିଟାଲ୍ ପ୍ରମାଣ ସଂଗ୍ରହ ଓ ଅଦାଲତରେ ଉପସ୍ଥାପନ କରିବାରେ ବହୁ ଅସୁବିଧା ହେଉଥିଲା । ବର୍ତ୍ତମାନ ଏହି ଆଇନ ପ୍ରଣୟନ ହେବା ଦ୍ୱାରା ତଦନ୍ତକାରୀ ଏଜେନ୍ସି ଗୁଡ଼ିକୁ ସାଇବର ଅପରାଧ ଓ ଅର୍ଥନୈତିକ ଠକେଇ ମାମଲାରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବଡ଼ ସହଯୋଗ ମିଳିବ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top