odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଅଫିସ୍‌‌ କାମ ଚାପରେ ରହୁଛନ୍ତି କି? ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନରେ ଅଫିସ କାମ କରୁଥିବା ବ୍ୟକ୍ତିବିଶେଷ ମାନେ ଚାପରେ ରହିବା ସାଧାରଣତଃ। ଅଫିସରେ କାର୍ୟ୍ୟଭାର ବୃଦ୍ଧି, ସମୟର ଅଭାବ, ଅଫିସ୍‌‌ ରାଜନୀତି, ଏହି ସବୁ ଜିନିଷ ଆମକୁ ମାନସିକ ସ୍ତରରେ କ୍ଲାନ୍ତ କରିଦେଉଛି। ହେଲେ ଏଥରୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଏହି ସବୁ ଟିପ୍ସ ଆପଣାନ୍ତୁ ଅଫିସ ଚାପରୁ ମୁକ୍ତି ପାଇବେ।
୧- ସର୍ବ ପ୍ରଥମେ ଅଫିସରେ ନିଜର କାର୍ୟ୍ୟକୁ ପ୍ରାଥମିକତା ଦିଅନ୍ତୁ। ସବୁ କାମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ କାମ କେଉଁଟା ତାହାକୁ ପ୍ରଥମେ କରିବାକୁ ପ୍ରୟାସ କରନ୍ତୁ। ଏକ ତାଲିକା ପ୍ରସ୍ତୁତ କରି କାର୍ୟ୍ୟ କରନ୍ତୁ। ଏହା ଆପଣଙ୍କ କାର୍ୟ୍ୟକୁ ସହଜ କରିବ ଏବଂ ଚାପରୁ ମୁକ୍ତି ଦେବ।
୨ -ମାନସକି ଚାପ ଫଳରେ ଆମକୁ ଲାଗେ ସମୟ ପର୍ୟ୍ୟାପ୍ତ ଆମ ପାଖରେ ନାହିଁ। ତେଣୁ ସମୟ ପରିଚାଳନା କରିବା ଶିଖନ୍ତୁ। ପ୍ରତ୍ୟେକ କାର୍ୟ୍ୟ ପାଇଁ ଏକ ସମୟ ସୀମା ସ୍ଥିର କରନ୍ତୁ ଏବଂ ସେହି ଅନୁସାରେ କାର୍ୟ୍ୟ କରନ୍ତୁ। କାମ ମଧ୍ୟରେ ଛୋଟ ବିରତି ନେଇ ବୁଲିବାକୁ ଯିବାକୁ ଚେଷ୍ଟା କରନ୍ତୁ।
୩- ଅଫିସ କାମ ସରିବା ପରେ ଏହାକୁ ଅଫିସରେ ଛାଡି ଆସନ୍ତୁ। ଘରକୁ ଯିବା ପରେ ଫୋନ୍‌‌ କିମ୍ବା ଇମେଲ ଦେଖନ୍ତୁ ନାହିଁ। ଆପଣଙ୍କ ପରିବାର ଏବଂ ସାଙ୍ଗମାନଙ୍କ ପାଇଁ ସମୟ ଦିଅନ୍ତୁ। ଯାହା ଆପଣଙ୍କୁ ଆରାମଦାୟକ ହେବ ତାହା କରିବାକୁ ଚେଷ୍ଟା କରନ୍ତୁ।
୪- ପ୍ରତ୍ୟେକ ପରିସ୍ଥିତିରେ ସକରାତ୍ମକ ରହିବାକୁ ଚେଷ୍ଟା କରନ୍ତୁ। ନକରାତ୍ମକ ଚିନ୍ତାଧାରା ଆପଣଙ୍କ ମନରେ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ସମସ୍ତଙ୍କ ଜୀବନରେ ଅସୁବିଧା ରହିଥାଏ, କିନ୍ତୁ ଏକ ସକରାତ୍ମକ ମନୋଭାବ ସହିତ ସେମାନଙ୍କୁ ସାମ୍ନା କରନ୍ତୁ।
୫ -ପ୍ରତିଦିନ ଯୋଗ ଏବଂ ବ୍ୟାୟାମ କରିବାକୁ ସମୟ କାଢନ୍ତୁ। ଏହାଦ୍ୱାରା କେବଳ ଶରୀର ସୁସ୍ଥ ରହିବ ନାହିଁ ବରଂ ଆପଣଙ୍କୁ ମାନସିକ ଚାପକୁ ମଧ୍ୟ ହ୍ରାସ କରିଥାଏ।
୬- ଆପଣ ଯାହା ଖାଉଛନ୍ତି ତାହା ସୁସ୍ଥ ହୋଇଥିବା ଆବଶ୍ୟକ। ବାହାରୁ ଜଙ୍କ ଫୁଡ ଖାଦ୍ୟଠାରୁ ଦୁରେଇ ରୁହନ୍ତୁ ଏବଂ ଏକ ସୁସ୍ଥ ଖାଦ୍ୟ ଖାଆନ୍ତୁ। ଏଥିରେ ଫଳ, ପନିପରିବା ଏବଂ ଡାଲି ଜାତୀୟ ଖାଦ୍ୟକୁ ସାମିଲ କରନ୍ତିୁ। ଏଥିରୁ ଶକ୍ତି ମିଳିବା ସହିତ ମନ ତୀକ୍ଷ୍ଣ ରହିବ।
୭- ଭଲ ଖାଦ୍ୟ ସହିତ ଭଲ ନିଦ୍ରା ହେବା ଅତ୍ୟନ୍ତ ଆବଶ୍ୟକ। ପ୍ରତିଦିନ ଅତି କମରେ ୭ରୁ ୮ଘଣ୍ଟା ଶୋଇବା ଉଚିତ। ନିଦ୍ରାର ଅଭାବ ହେତୁ ଆପଣ କ୍ରୋଧିତ ହୁଅନ୍ତି ଏବଂ କାର୍ୟ୍ୟରେ ସଠିକ୍‌‌ ଭାବେ ଧ୍ୟାନ ଦେବା କଷ୍ଟକର ହୋଇଥାଏ।
୮- ଅଫିସରେ ସହକର୍ମୀମାନଙ୍କ ସହିତ ଭଲ ବ୍ୟବହାର କରନ୍ତୁ ଏବଂ ସେମାନଙ୍କ ସହିତ ସକରାତ୍ମକ ସମ୍ପର୍କ ଗଢନ୍ତୁ। ଅଫିସ ପରିବେଶରେ କାର୍ୟ୍ୟ କରିବା ଶୈଳୀକୁ ମଜାଳିଆ କରନ୍ତୁ ଏବଂ ଚାପକୁ ମଧ୍ୟ ହ୍ରାସ କରନ୍ତୁ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top