odisha24 Live

Latest News

Latest News

ବଢ଼ିଲା ଆଶଙ୍କା : ୨୪ ଯାଏଁ ପ୍ରବଳ ବରଷିବ

ଭୁବନେଶ୍ୱର : ଥାଇଲ୍ୟାଣ୍ଡରୁ ଆଣ୍ଡାମାନ ସାଗର ଆଡ଼କୁ ଗତି କରୁଛି ଏକ ସମ୍ଭାବ୍ୟ ପାଣିପାଗ ପ୍ରଣାଳୀ। ଏହାର ପ୍ରଭାବରେ ଆଜି ସନ୍ଧ୍ୟାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପ୍ରଣାଳୀଟି କ୍ରମଶଃ ଶକ୍ତିଶାଳୀ ହେବ ଏବଂ ଆଗାମୀ ତିନିରୁ ଚାରି ଦିନ ମଧ୍ୟରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଆଶା କରାଯାଉଛି। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼େ ଅଗ୍ରସର ସମ୍ଭାବନା ରହିଛି। ଆଜି ସାରା ରାଜ୍ୟକୁ ଝଡ଼ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ ଜାରି ହୋଇଛି।
୨୪ ତାରିଖରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ।

ଉଲ୍ଲେଖଯୋଗ୍ୟ, ୧୯ ତାରିଖଠାରୁ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତରୁ ବିଦାୟ ଜନିତ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପ୍ରଥମେ ପଶ୍ଚିମ ରାଜସ୍ଥାନରୁ ପ୍ରତ୍ୟାବର୍ତ୍ତନ କରିବ।

Share In Social Media
Scroll to Top