odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଚିନ୍ତାରେ ବିସିସିଆଇ

ମୁମ୍ବାଇ : ଭାରତୀୟ ଦଳ ଖେଳାଳିଙ୍କ ବାରମ୍ବାର ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ବିସିସିଆଇ । ଏଥିରୁ ମୁକୁଳିବା ପାଇଁ ବେଙ୍ଗାଲୁରୁ ସ୍ଥିତ ସେଣ୍ଟର ଅଫ ଏକ୍ସିଲେନ୍ସୀ ତରଫରୁ ମେଡିକାଲ ଟିମ୍ ନିଜ ଫିଟନେସ ପ୍ରୋଗାମକୁ ସୁଧାରିବାକୁ ଚେଷ୍ଟା କରୁଛି । ସେଣ୍ଟର ଅଫ ଏକ୍ସିଲେନ୍ସୀ ନିଜର ବେସ୍ ଫିଟନେସ ପାରାମିଟର୍ସକୁ ଷ୍ଟାଣ୍ଡାରାଇଜ କରିବାର କାମ କରୁଛି । ଖେଳାଳିଙ୍କ ଫିଟନେସ ସମସ୍ୟା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ବିସିସିଆଇର ମେଡିକାଲ ଟିମ୍ ଖେଳାଳିଙ୍କ ଫିଟନେସକୁ ନେଇ ଆକଳନ କରିବାରେ ସାମଞ୍ଜସ୍ୟ ରହୁନାହିଁ । ଗତବର୍ଷ ସୋହମ ଦେଶାଇଙ୍କ ସ୍ଥାନରେ ଟିମ୍ ଇଣ୍ଡିଆ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ହୋଇଥିବା ଏଣ୍ଡ୍ରିଅନ ଲେରୁକ୍ସ ଫିଟନେସ ଟେଷ୍ଟିଂ ଡ୍ରିଲ୍ସରେ ପରିବର୍ତ୍ତନ କରିଥିଲେ । ଲେରୁକ୍ସ ଆସିବା ପରେ ୟୋ-ୟୋ ଟେଷ୍ଟ ସ୍ଥାନରେ ବ୍ରୋଙ୍କୋ ଟେଷ୍ଟକୁ ଫିଟନେସ ଯାଞ୍ଚର ମୁଖ୍ୟ ବୋଲି କୁହାଗଲା । ବ୍ରୋଙ୍କୋ ଟେଷ୍ଟ ପୂର୍ବରୁ କୌଣସି ବେସ୍ ପାରାମିଟର ନଥିଲା । ଇଂଲଣ୍ଡ ଗସ୍ତ ସମୟରେ ଆହତ ସମସ୍ୟା ଦେଖାଦେବାରୁ ବିସିସିଆଇ ମେଡିକାଲ ଟିମ୍ ଏବେ ବ୍ରୋଙ୍କୋ ଟେଷ୍ଟରେ ଅଲଗା ଅଲଗା ଡ୍ରିଲ୍ସ କରିବାକୁ ୫.୧୫ରୁ ୫.୨୦ ମିନିଟ ବେସ୍ ଟାଇମ ନିର୍ଦ୍ଧାରିତ କରିଛି । ଯାହା ଆଧାରରେ ଏସବୁ ଖେଳାଳିଙ୍କ ଚୟନ କରାଯିବ ।

ଏହାପୂର୍ବରୁ ବିସିସିଆଇ ବେସିକ ୟୋ-ୟୋ ଟେଷ୍ଟ ପାସ୍ କରିବା ପାଇଁ ୧୬.୫ ଷ୍ଟାଣ୍ଡାର୍ଟ ସେଟ୍ କରିଥିଲା । ଏଥିରେ ୨ କିମି ଦୌଡିବା ପାଇଁ ୯ରୁ ୧୦ ମିନିଟ୍ ରହିଥିଲା ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top