odisha24 Live

Latest News

ପିଆଜ ଦର ଆକାଶଛୁଆଁ, ଖାଉଟି ଚିନ୍ତାରେ

ଭୁବନେଶ୍ୱର : ବଜାରରେ ପିଆଜ ଦର ଏବେ ଲଗାତାର ଉପରମୁହାଁ। ଦରବୃଦ୍ଧିର ସିଧା ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ୍‌ ଉପରେ ପଡ଼ୁଛି। ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ପୁଣି ଖାଉଟିଙ୍କୁ କନ୍ଦାଇଲାଣି ପିଆଜ ଦର। ରୋଷେଇ ଘରର ଅତ୍ୟାବଶ୍ୟକ ସାମଗ୍ରୀ ପିଆଜର ଦର ବଢ଼ିବା ଯୋଗୁଁ ଚିନ୍ତାରେ ଖାଉଟି।
କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ପାଖାପାଖି ୪୦ରୁ ୫୦ଟଙ୍କା ମଧ୍ୟରେ ବିକ୍ରି ହେଉଛି । କିନ୍ତୁ ଖୁଚୁରା ଦର ନିୟନ୍ତ୍ରଣରେ ନାହିଁ । କେତେକ ଦୋକାନରେ ପିଆଜ କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ପାଇକାରୀ ଓ ଖୁଚୁରା ଦର ଭିତରେ ବହୁତ ପାର୍ଥକ୍ୟ ରହିଛି। ପିଆଜ ଦର ଉପରେ ସରକାର ନିୟନ୍ତ୍ରଣ ହରାଇଥିବା ଭଳି ମନେ ହେଉଛି ।
ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତ ପ୍ରକାଶ କରି ଖାଉଟିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ଖାଉଟିମାନେ ମତ ଦେଇଛନ୍ତି । ଗୋଟିଏ ମାସ ତଳେ ହୋଲସେଲ୍ ଦର୍ ଥିଲା ୩୦ ରୁ ୩୫ ଟଙ୍କା, ଆଜି ୫୦ ଟଙ୍କାରେ ପହଞ୍ଚିଲାଣି ପିଆଜର ହୋଲ ସେଲ୍ ଦର । ଖୁଚୁରା ବଜାରରେ ବିକ୍ରି ହେଲାଣି ୬୦ ଟଙ୍କାରେ । ଅତ୍ୟଧିକ ବର୍ଷା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ଫସଲ ନଷ୍ଟ ହେବା କାରଣରୁ ଏହି ଦର ବୃଦ୍ଧି ହୋଇଥିବା କୁହାଯାଉଛି । ନୂଆ ପିଆଜ ଅମଳ ହେବା ପରେ ହିଁ ଦର କମିପାରେ ବୋଲି ବ୍ୟବସାୟୀ ମାନେ ଅନୁମାନ କରୁଛନ୍ତି ।

Share In Social Media
Scroll to Top