odisha24 Live

Latest News

Latest News

ବନ୍ୟାର ଘା’ ସୁଖିନି, ଏବେ ଭୂକମ୍ପର ଝଟକା

ନେପାଳ : ବନ୍ୟାରେ ଛାରଖାର ନେପାଳକୁ ପୁଣି ଝଟକା। ଭୂକମ୍ପରେ ଦୋହଲିଲା ମାଟି। ମଙ୍ଗଳବାର ବିଳମ୍ବିତ ରାତିରେ ପ୍ରାକୃତିକ ବିପର୍ଯ୍ୟୟର ଭୟ ସାମ୍ନାକୁ ଆସିଛି। ନେପାଳର ରାଜଧାନୀ କାଠମାଣ୍ଡୁ ଏବଂ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ଏକ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର (ଏନସିଏସ ) ର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର ପ୍ରଭାବ କେବଳ ନେପାଳ ନୁହେଁ ବରଂ ପଡ଼ୋଶୀ ତିବ୍ଦତ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଛି। ହଠାତ୍ ଭୂମି କମ୍ପିବାରୁ ଭୟଭୀତ ହୋଇ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ।

ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ହଠାତ୍ ଏହି ଭୂକମ୍ପ ଝଟକା ଲାଗିଥିଲା। ରାତିର ଶାନ୍ତ ପରିବେଶରେ ଲୋକମାନେ ଶୋଇଥିବା ସମୟରେ ହଠାତ୍ ଘରର ଆସବାବପତ୍ର ଏବଂ କାନ୍ଥଗୁଡ଼ିକ ଦୋହଳିବାକୁ ଲାଗିଥିଲା। ଏହି କାରଣରୁ ଭୟରେ ଲୋକମାନେ ନିଜ ନିଜ ଘର ଛାଡ଼ି ଖୋଲା ସ୍ଥାନ ଓ ରାସ୍ତାକୁ ଚାଲିଆସିଥିଲେ। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି (ଏନସିଏସ) ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ଭୂକମ୍ପର ଏହି କେନ୍ଦ୍ରବିନ୍ଦୁ ଏବଂ ଏହାର ତୀବ୍ରତାକୁ ନେଇ ଯାଞ୍ଚ କରାଯାଉଛି। କାଠମାଣ୍ଡୁ ସହିତ ସଂଲଗ୍ନ ତିବ୍ଦତ ଅଞ୍ଚଳରେ ମଧ୍ୟ ଭୂମିକମ୍ପର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହୋଇଥିବା ରିପୋର୍ଟରେ କୁହାଯାଇଛି। ତେବେ ଖବର ଲେଖାହେବା ପର୍ଯ୍ୟନ୍ତ ଏହି ଭୂକମ୍ପ ଯୋଗୁଁ କୌଣସି ବଡ଼ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନୀ ହୋଇଥିବା ନେଇ କୌଣସି ସରକାରୀ ସୂଚନା ମିଳିନାହିଁ। ପ୍ରଶାସନ ଏବଂ ବିପର୍ଯ୍ୟୟ ପରିଚାଳନା ଟିମ୍ ପକ୍ଷରୁ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

Share In Social Media
Scroll to Top