
ପୁଣେ : ମହାରାଷ୍ଟ୍ର ପୁଣେ ବାରାମତୀରୁ ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି । ପୁଣେ ସ୍ଥିତ ବାରାମତିରେ ଏକ ଘରୋଇ କମ୍ପାନୀର ଟ୍ରେନର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ରବିବାର ଦିନ ୧୨.୩୫ ମିନିଟ୍ ସମୟରେ ବାରାମତି ଏୟାରପୋର୍ଟ ପରିସର ରନୱେ ଠାରୁ ଦୂରରେ ଏହି ଦୁର୍ଘଟଣା ଘଟିଥିଲା । କ୍ରାସ ଲାଣ୍ଡିଂ ଯୋଗୁଁ ଏୟାରକ୍ରାଫ୍ଟଟି କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, କାର୍ବର ଆଭିଏସନର ଏୟାରକ୍ରାଫ୍ଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏଥିରେ ଜଣେ ପାଇଲଟ ଓ ଜଣେ କ୍ୟାଡେଟ ଥିଲେ । ଟ୍ରେନିଂ ଅଭ୍ୟାସ ବେଳେ ଦୁର୍ଘଟଣା ଘଟିଥିଲା । ଯେଉଁ ସ୍ଥାନରେ ଏୟାରକ୍ରାଫ୍ଟଟି ରହିବା କଥା, ସେଠାରେ ଅଟକାଇ ଯାଇପାରିନଥିଲା । ରନୱେ ଠାରୁ ଫୁଟ୍ ଆଗକୁ ଯାଇ ଘାସ ଥିବା ବୁଦାରେ ପଶି ଯାଇଥିଲା । ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି ।

