odisha24 Live

Latest News

Latest News

ଓସିଏସ ପରୀକ୍ଷା ଘୁଞ୍ଚିବ ନାହିଁ

ଭୁବନେଶ୍ୱର: ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଓସିଏସ ମେନ୍ ପରୀକ୍ଷା ଆଉ ଘୁଞ୍ଚିବ ନାହିଁ ବୋଲି ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ପରୀକ୍ଷା ଥରେ ଘୁଞ୍ଚିଲେ ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟା ପଛକୁ ଚାଲିଯିବ ଏବଂ ଏଥିପାଇଁ ପାଖାପାଖି ୬ ମାସ ସମୟ ଲାଗିବ। ତେଣୁ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ହିଁ ପରୀକ୍ଷା ଅନୁଷ୍ଠିତ ହେବ।

ସମସ୍ତ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ନେବା ଦାୟିତ୍ଵ ବିଡିଓଙ୍କୁ ଦିଆଯାଇଛି କହିଲେ ରାଜସ୍ୱ ମନ୍ତ୍ରୀ। ବନ୍ୟା ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଯେପରି ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ, ସେଥିପାଇଁ ରାଜ୍ୟ ସରକାର ନିଜ ଦାୟିତ୍ୱରେ ସ୍ୱତନ୍ତ୍ର ପରିବହନ ବ୍ୟବସ୍ଥା ଯୋଗାଇ ଦେବେ। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟାନ୍ୟ ପ୍ରଭାବିତ ଅଞ୍ଚଳରୁ ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେବାକୁ ଥିବାରୁ ସେମାନଙ୍କୁ ସହାୟତା କରାଯିବ।

Share In Social Media
Scroll to Top