
ଭୁବନେଶ୍ୱର : ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।
ଆସନ୍ତା ୨୪ ସୁଦ୍ଧା ପୋରସଂସ୍ଥା ଓ ଏନଏସିର ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରାଯିବ । ଏହାପରେ ଜନସାଧାରଣଙ୍କଠାରୁ ଆପତ୍ତି ଓ ପ୍ରସ୍ତାବ ଗ୍ରହଣ କରାଯିବ । ଅକ୍ଟୋବର ୩ ଆପତ୍ତି ଓ ପ୍ରସ୍ତାବ ଦାଖଲର ଶେଷ ତାରିଖ ।ଅକ୍ଟୋବର ୭ ସୁଦ୍ଧା ବାହାରିବ ପ୍ରୋଭିଜନାଲ ବିଜ୍ଞପ୍ତି । ଅକ୍ଟୋବର ୭ରୁ ୨୧ ମଧ୍ୟରେ ସରକାରଙ୍କ ନିକଟରେ ଅପିଲ କରିପାରିବେ । ଅପିଲର ଶୁଣାଣି ଓ ନିଷ୍ପତ୍ତି ପ୍ରକ୍ରିୟା ଅକ୍ଟୋବର ୨୬ରୁ ୨୮ ମଧ୍ୟରେ ହେବ । ଅପିଲର ନିଷ୍ପତ୍ତି ପରେ ଅକ୍ଟୋବର ୩୧ ସୁଦ୍ଧା ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ।





