odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ତାଣ୍ଡବ ରଚିଲା ‘ଡଲଫିନ୍’

ବେଜିଂ: ଚୀନ୍‌ରେ ଭୟଙ୍କର ଘୂର୍ଣ୍ଣିବଳୟ ତଥା ବାତ୍ୟା ‘ଡଲଫିନ୍’ ନିଜର କରାଳ ରୂପ ଦେଖାଇବା ଆରମ୍ଭ କରିଛି । ୧୫୦ କିମି ବେଗରେ ପବନ ବହିଛି । ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଜାପାନର ଓକିନାୱା ଓ ତାଇୱାନ ନିକଟବର୍ତ୍ତୀ ଅଞ୍ଚଳକୁ ପ୍ରଭାବିତ କରିବା ପରେ ଶକ୍ତିଶାଳୀ ଟାଇଫୁନ୍ ‘ଡଲଫିନ୍’ ରବିବାର ଚୀନ୍ ର ପୂର୍ବ ଉପକୂଳରେ ସ୍ଥଳଭାଗ ଛୁଇଁଛି । ଝେଜିଆଙ୍ଗ ପ୍ରଦେଶରେ ଏହାର ପ୍ରଭାବରେ ପ୍ରବଳ ପବନ ସହ ମୂଷଳଧାରା ବର୍ଷା ହୋଇଛି । ଏଥିଯୋଗୁ ବନ୍ୟା ଓ ଭୂସ୍ଖଳନ ଆଶଙ୍କା ବଢ଼ିଛି । ‘ଡଲଫିନ୍’ ସ୍ଥାନୀୟ ସମୟ ଅପରାହ୍ଣ ପ୍ରାୟ ୫ଟା ୩୦ରେ ଝେଜିଆଙ୍ଗର ତାଇଝୋଉ ସହର ଅନ୍ତର୍ଗତ ୟୁହୁଆନ୍ ନିକଟରେ ପ୍ରଥମେ ସ୍ଥଳଭାଗ ଛୁଇଁଥିଲା । ସେତେବେଳେ ଝଡ଼ର କେନ୍ଦ୍ର ନିକଟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୫୧ କିଲୋମିଟର ଓ କେନ୍ଦ୍ରୀୟ ବାୟୁଚାପ ପ୍ରାୟ ୯୪୫ ହେକ୍ଟୋପାସ୍କାଲ ରହିଥିଲା । ପ୍ରାୟ ୭୦ ମିନିଟ୍ ପରେ ସନ୍ଧ୍ୟା ୬ଟା ୪୦ରେ ଏହା ୱେନ୍ ଝୋଉର ୟୁଏକିଙ୍ଗ ଅଞ୍ଚଳରେ ଦ୍ୱିତୀୟଥର ପାଇଁ ସ୍ଥଳଭାଗ ଛୁଇଁଥିଲା । ସେତେବେଳେ ମଧ୍ୟ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୩୭ କିଲୋମିଟର ଥିଲା । ‘ଡଲଫିନ୍’କୁ ଚଳିତବର୍ଷ ଏପର୍ଯ୍ୟନ୍ତ ଚୀନ୍ ରେ ଆଘାତ କରିଥିବା ସବୁଠାରୁ ଶକ୍ତିଶାଳୀ ଟ୍ରପିକାଲ୍ ସାଇକ୍ଲୋନ୍ ବୋଲି ବର୍ଣ୍ଣନା କରାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top