
ଚିଲିକା : ଚିଲିକା ହ୍ରଦରେ ବିଦେଶୀ ପକ୍ଷୀଙ୍କ କଳରବ ଆରମ୍ଭ ହୋଇଯାଇଛି। ଧୀରେ ଧୀରେ ବଢୁଛି ବିଦେଶୀ ପକ୍ଷୀଙ୍କ ସଂଖ୍ୟା। ସୁଦୂର ସାଇବେରିଆରୁ ଚିଲକାକୁ ପୁଣି ଥରେ ବର୍ଷେ ବ୍ୟବଧାନରେ ଅତିଥି ପକ୍ଷୀ ଆସିବା ନେଇ ସମସ୍ତେ ଖୁସି । ସ୍ଥାନୀୟ ଲୋକେ, ପ୍ରଶାସନ, ବନ ବିଭାଗ , ଚିଲିକା ବନ ଖଣ୍ଡ କାର୍ଯ୍ୟାଳୟରେ ସମସ୍ତେ ଏବେ ଅତିଥିଙ୍କୁ ସ୍ୱାଗତ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ।ପ୍ରତିବର୍ଷ କାସପିଆନ ସାଗର, ସାଇବେରିଆ, ରୁଷିଆ, ମଙ୍ଗୋଲିଆ ଏବଂ କେନ୍ଦ୍ର ଏସିଆର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ମାଇଗ୍ରେଟୋରୀ (ପ୍ରବାସୀ) ପକ୍ଷୀ ଏଠାକୁ ଆସିଥାନ୍ତି。ଚଳିତ ପର୍ଯ୍ୟଟନ ଋତୁରେ ପକ୍ଷୀମାନଙ୍କ ମଧୁର କିଚିରିମିଚିରି ଶବ୍ଦ ପୂରା ପରିବେଶକୁ ଚଳଚଞ୍ଚଳ କରିଦେଇଛି।





