
ନୂଆଦିଲ୍ଲୀ : ଭାଜପାର ସଂଗଠନ ସଜାଡ଼ିବାକୁ ଆହୁରି ବଡ଼ ପଦକ୍ଷେପ । ଏଥିରେ ଓଡ଼ିଶାର ବରିଷ୍ଠ ନେତା ତଥା ଭାଜପାର ଜାତୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ ଦାୟିତ୍ୱ ମିଳିଛି। ଭାଜପାର ଏହି ନିଯୁକ୍ତିକୁ ସଂଗଠନକୁ ମଜବୁତ କରିବାର ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି।
ଓଡ଼ିଶାର ବରିଷ୍ଠ ଭାଜପା ନେତା ବୈଜୟନ୍ତ ପଣ୍ଡାଙ୍କୁ ଓବିସି ମୋର୍ଚ୍ଚାର ପ୍ରଭାରୀ କରାଯାଇଛି। ସେ ବର୍ତ୍ତମାନ ଭାଜପାର ଜାତୀୟ ଉପାଧ୍ୟକ୍ଷ ଅଛନ୍ତି। ନୂଆ ଜାତୀୟ ଟିମରେ ମଧ୍ୟ ତାଙ୍କୁ ଉପାଧ୍ୟକ୍ଷ ଭାବେ ସ୍ଥାନ ମିଳିଥିଲା। ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ଲୋକ ସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ଭାଜପାର ସଂଗଠନ ବିସ୍ତାର ଏବଂ ଦଳର ନିର୍ବାଚନୀ ସଫଳତାରେ ତାଙ୍କ ଭୂମିକା ରହିଛି।





