odisha24 Live

Latest News

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ସତର୍କତାର ସହ କଟାଇବା ଜରୁରୀ । ଯେଉଁମାନଙ୍କୁ ଆପଣ ଶୁଭଚିନ୍ତକ ବୋଲି ଭାବୁଛନ୍ତି, ସେମାନଙ୍କ ମଧ୍ୟରୁ କେହି ଆପଣଙ୍କ ପଛରେ କ୍ଷତି କରିବାକୁ ଚେଷ୍ଟା କରିପାରନ୍ତି । ଅଧ୍ୟୟନ କ୍ଷେତ୍ରରେ ମନ ଲାଗିବ ନାହିଁ । ଯୁକ୍ତିତର୍କ ଓ ବାଦବିବାଦଠାରୁ ଦୂରେଇ ରୁହନ୍ତୁ । ମାନସିକ ଓ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ । ଭୁଲ ନିଷ୍ପତ୍ତି ନେବାର ଆଶଙ୍କା ରହିଛି । ଆୟ ଓ ବ୍ୟୟ ସ୍ୱାଭାବିକ ରହିବ । ନିଜ କାମରେ ଧ୍ୟାନ ଦିଅନ୍ତୁ । ଅନ୍ୟମାନଙ୍କ କଥାରେ ପଡ଼ି କୌଣସି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ ।

ବୃଷ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବାର ସମ୍ଭାବନା ରହିଛି । ଖରାପ ସଂଗତିରୁ ଦୂରେଇ ରହିବା ଭଲ । ଆପଣ ଯେଉଁ କାମ ପାଇଁ ଆଶା ରଖିଛନ୍ତି, ତାହା ସହଜରେ ପୂରଣ ହୋଇନପାରେ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ବ୍ୟବସାୟିକ କାରବାରରେ ଦ୍ୱିଧା ରଖନ୍ତୁ ନାହିଁ । ଅନ୍ୟମାନଙ୍କ ବ୍ୟକ୍ତିଗତ ମାମଲାରେ ଅନାବଶ୍ୟକ ହସ୍ତକ୍ଷେପ କରନ୍ତୁ ନାହିଁ । ମନରେ ଅମୂଳକ ସନ୍ଦେହ ରଖିଲେ ମାନସିକ ଅଶାନ୍ତି ବଢ଼ିପାରେ । ଶତ୍ରୁଙ୍କଠାରୁ କ୍ଷତି ହେବାର ଆଶଙ୍କା ରହିଛି । ଏକାକୀ ରହିବା ପରିବର୍ତ୍ତେ ପରିବାର ଓ ବନ୍ଧୁଙ୍କ ସହ ସମୟ ବିତାନ୍ତୁ । ପ୍ରତ୍ୟେକ କାମରେ ସତର୍କତା ଅବଲମ୍ବନ କରନ୍ତୁ ।

ମିଥୁନ : ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ଓ ସଫଳତାପୂର୍ଣ୍ଣ ରହିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ମନରେ ନୂଆ ଯୋଜନା ଆସିବ । ଶିକ୍ଷା କ୍ଷେତ୍ରରେ ଥିବା କାର୍ଯ୍ୟଗୁଡ଼ିକ ସହଜରେ ସମ୍ପନ୍ନ ହେବ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ଅଧିକ ଧ୍ୟାନ ଦେଲେ ସଫଳତା ମିଳିବ । ମନ ପ୍ରଫୁଲ୍ଲ ରହିବ ଏବଂ ନୂଆ କାମ କରିବାକୁ ଆଗ୍ରହ ବଢ଼ିବ । ଜମିବାଡ଼ି କିମ୍ବା କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ନିବେଶ କରିବାକୁ ଇଚ୍ଛା ହୋଇପାରେ । ପରିବାର ଓ ପ୍ରିୟଜନଙ୍କଠାରୁ ପୂର୍ଣ୍ଣ ସମର୍ଥନ ମିଳିବ । ଆପଣଙ୍କ ଯୋଜନାକୁ ଆଗକୁ ନେବା ପାଇଁ ଏହା ଅନୁକୂଳ ସମୟ । ଧୈର୍ଯ୍ୟର ସହ କାମ କରନ୍ତୁ ।

କର୍କଟ : ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବା ସହ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିବ । ନୂତନ ବ୍ୟବସାୟିକ ଚୁକ୍ତି ସ୍ୱାକ୍ଷର ହେବାର ସମ୍ଭାବନା ରହିଛି । ତେବେ ବନ୍ଧୁମାନଙ୍କ ସହ ମିଶିବା ବେଳେ ସତର୍କ ରୁହନ୍ତୁ । ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିଶାଦ୍ରବ୍ୟଠାରୁ ଦୂରେଇ ରହନ୍ତୁ । ଆପଣଙ୍କ କାମରେ ଥିବା ବାଧା ଧୀରେ ଧୀରେ ଦୂର ହେବ ଏବଂ ପ୍ରଗତିର ରାସ୍ତା ଖୋଲିବ । ସମାଜରେ ମାନସମ୍ମାନ ବୃଦ୍ଧି ପାଇବ । ଈଶ୍ୱରଙ୍କ ଉପରେ ଭରସା ରଖି ନିଜ କାର୍ଯ୍ୟ କରିଚାଲନ୍ତୁ । ଅଧାରେ ରହିଥିବା କାମ ପୂରଣ ହୋଇପାରେ । ଯାତ୍ରା କରିବାର ସୁଯୋଗ ମଧ୍ୟ ମିଳିପାରେ । ପରିଶ୍ରମ ଜାରି ରଖନ୍ତୁ ।

ସିଂହ : ଆଜି ଆପଣଙ୍କ କର୍ମକ୍ଷେତ୍ରରେ ଏକ ସୁଖଦ ଓ ଅନୁକୂଳ ପରିବେଶ ରହିବ । ବିଶେଷକରି ମଧ୍ୟାହ୍ନ ପୂର୍ବରୁ ସମୟ ଆପଣଙ୍କ ପାଇଁ ଭଲ ରହିବ । ବ୍ୟବସାୟିକ କାର୍ଯ୍ୟରେ ଉନ୍ନତି ହେବ ଏବଂ ନୂଆ ସୁଯୋଗ ମିଳିପାରେ । କାରବାର ସମୟରେ ଦେଖାଦେଉଥିବା ବାଧା ଦୂର କରିବାକୁ ଆପଣ ଚେଷ୍ଟା କରିବେ । ସଫଳତା ପାଇବା ପାଇଁ ଆପଣଙ୍କ ପରିଶ୍ରମ ଓ ନିଷ୍ଠା ଫଳପ୍ରଦ ହେବ । ଅନ୍ୟମାନଙ୍କ ବ୍ୟକ୍ତିଗତ ମାମଲାରେ ମୁଣ୍ଡ ପୂରାଇବା ପରିବର୍ତ୍ତେ ନିଜ କାମକୁ ଗୁରୁତ୍ୱ ଦିଅନ୍ତୁ । ଅଧାରେ ରହିଥିବା କାର୍ଯ୍ୟ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ନିଜ ଦକ୍ଷତା ଉପରେ ଭରସା ରଖନ୍ତୁ । ଦିନର ଅନୁକୂଳ ସମୟର ସଦୁପଯୋଗ କରନ୍ତୁ ।

କନ୍ୟା : ଆଜି ଆପଣଙ୍କ ମନରେ ଭାବନା ଓ ସମ୍ବେଦନଶୀଳତା ବଢ଼ିପାରେ । ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ । ଧାର୍ମିକ କାର୍ଯ୍ୟରେ ସମୟ ଦେବା ସହ ଅର୍ଥ ଖର୍ଚ୍ଚ ହୋଇପାରେ । ମଧ୍ୟାହ୍ନ ପରେ ଆପଣଙ୍କ ପାଇଁ ସମୟ ଅଧିକ ଅନୁକୂଳ ରହିବ । ଲାଭଦାୟକ କାର୍ଯ୍ୟରେ ଥିବା ବାଧା ଦୂର ହେବ ଏବଂ ନିଜ କାମ ସହଜରେ ଆଗକୁ ବଢ଼ିବ । ସନ୍ତାନମାନଙ୍କୁ ନେଇ ରହିଥିବା ଚିନ୍ତା ଦୂର ହୋଇପାରେ । ପରିବାରରେ ଶାନ୍ତି ଓ ସୁଖ ବଜାୟ ରହିବ । ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଧୁର ହେବ । ପାରସ୍ପରିକ ବୁଝାମଣା ଓ ପ୍ରେମ ବୃଦ୍ଧି ପାଇବ । ପରିବାରକୁ ସମୟ ଦିଅନ୍ତୁ ।

ତୁଳା : ଆଜି ଆପଣଙ୍କ ପାଇଁ ଯୋଜନାକୁ କାର୍ଯ୍ୟକାରୀ କରିବାର ଉତ୍ତମ ସମୟ ରହିବ । ଆପଣଙ୍କ ମନରେ ଥିବା ସକାରାତ୍ମକ ଚିନ୍ତାଧାରା ନୂଆ କାମ ଆରମ୍ଭ କରିବାକୁ ପ୍ରେରଣା ଦେବ । ବ୍ୟବସାୟରେ ନୂତନ ସମନ୍ୱୟ ଓ ସହଯୋଗ ସୃଷ୍ଟି ହେବ । ଜୀବନସାଥୀ କିମ୍ବା ବନ୍ଧୁଙ୍କ ସହ ମିଶି କରୁଥିବା କାର୍ଯ୍ୟରୁ ଲାଭ ମିଳିପାରେ । ଆପଣଙ୍କ ପ୍ରୟାସ ସଫଳତା ଆଣିବ । ତେବେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ । ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିଲେ ଭଲ ଫଳ ମିଳିବ । ସହଯୋଗୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ । ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେଇ କାମ କରନ୍ତୁ ।

ବିଛା : ଆଜି ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ପ୍ରତିଦ୍ୱନ୍ଦ୍ୱୀମାନେ ଆପଣଙ୍କ କାମରେ ବାଧା ସୃଷ୍ଟି କରିପାରନ୍ତି । ଏଥିପାଇଁ ଅଧିକ ସମୟ ଓ ପରିଶ୍ରମ ଲାଗିପାରେ । କୌଣସି ବିଷୟରେ ବିତର୍କ କରି କାମ ସମାଧାନ କରିବା ଠିକ୍ ହେବ ନାହିଁ । ଶାନ୍ତ ରହି ପରିସ୍ଥିତିକୁ ସମ୍ଭାଳନ୍ତୁ । ଆପଣଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ବଢ଼ିବ । ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ସାମାନ୍ୟ ରହିବ । ବ୍ୟବସାୟିକ ପରିସ୍ଥିତି ଅନୁକୂଳ ରହିବ ଏବଂ ଚେଷ୍ଟା କଲେ କାମରେ ସଫଳତା ମିଳିବ ।

ଧନୁ : ଆଜି ଆପଣଙ୍କ ପାଇଁ ଦିନଟି ଲାଭଦାୟକ ଓ ଉତ୍ସାହପୂର୍ଣ୍ଣ ରହିବ । ନୂଆ ପ୍ରକଳ୍ପ ଓ ଯୋଜନାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ପ୍ରୟାସ ଦୃଢ଼ ହେବ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ପାଇବ । ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ପ୍ରଫୁଲ୍ଲ ରହିବ । ବ୍ୟବସାୟ ଓ କର୍ମକ୍ଷେତ୍ରରେ ଧ୍ୟାନ ଦେଲେ ସଫଳତା ମିଳିବ । ପୂର୍ବରୁ ରହିଥିବା କାର୍ଯ୍ୟଗତ ବାଧା ଦୂର ହେବ ଏବଂ ଉନ୍ନତିର ନୂଆ ରାସ୍ତା ଖୋଲିବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ତୀର୍ଥଯାତ୍ରା କରିବାର ସୁଯୋଗ ମିଳିପାରେ । ନିଜ ଲକ୍ଷ୍ୟ ପୂରଣ ପାଇଁ ନିରନ୍ତର ପରିଶ୍ରମ କରନ୍ତୁ ।

ମକର : ଆଜି ଆପଣଙ୍କ ଦିନଟି ଯାତ୍ରା ଓ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହିପାରେ । ସମାଜରେ ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠା ବଢ଼ିବ । ଭଲ କାମ କରିବା ପାଇଁ ନୂଆ ସୁଯୋଗ ମିଳିବ । ସକାଳୁ ନିଜର ଜରୁରୀ ଓ ଲାଭଦାୟକ କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିପାରିବେ । ଯାତାୟାତ କିମ୍ବା ପରିବହନ ସମ୍ବନ୍ଧୀୟ କାର୍ଯ୍ୟରୁ ଲାଭ ମିଳିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଯାତ୍ରା ଫଳପ୍ରଦ ହେବ । ଆର୍ଥିକ ଲାଭ ପାଇଁ କରୁଥିବା ପ୍ରୟାସର ଶୀଘ୍ର ଭଲ ଫଳ ମିଳିପାରେ । ଅଧାରେ ଥିବା କାମ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ସମୟର ସଦୁପଯୋଗ କଲେ ଆଗକୁ ଉନ୍ନତି ହେବ ।

କୁମ୍ଭ : ଆଜି ଆପଣଙ୍କ ଦିନଟି ସାମଗ୍ରିକ ଭାବେ ଭଲ ରହିବ । ମନୋରଞ୍ଜନ ଓ ନିଜର ଖୁସି ପାଇଁ କିଛି ଅର୍ଥ ଖର୍ଚ୍ଚ ହୋଇପାରେ । ତେବେ ଆୟ ଓ ବ୍ୟୟ ମଧ୍ୟରେ ସନ୍ତୁଳନ ରହିବ । କର୍ମକ୍ଷେତ୍ରରେ ଥିବା ବାଧା ଧୀରେ ଧୀରେ ଦୂର ହେବ । ବ୍ୟବସାୟିକ କାରବାରରେ ଦେଖାଦେଉଥିବା ସମସ୍ୟାର ସମାଧାନ ପାଇଁ ଆପଣଙ୍କ ପ୍ରୟାସ ସଫଳ ହେବ । ସମାଜରେ ମାନସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ଶିକ୍ଷା କ୍ଷେତ୍ରରେ ଥିବା କାମ ସହଜରେ ସମ୍ପନ୍ନ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଜଣେ ମହିଳାଙ୍କଠାରୁ ଆପଣଙ୍କୁ ସହଯୋଗ ଓ ସମର୍ଥନ ମିଳିପାରେ । ନିଜ କାର୍ଯ୍ୟରେ ଧ୍ୟାନ ଦେଇ ଆଗକୁ ବଢ଼ନ୍ତୁ ।

ମୀନ : ଆଜି ଆପଣଙ୍କ ପାଇଁ ଦିନଟି ସଫଳତା ଓ ଉନ୍ନତିର ସୂଚନା ଦେଉଛି । କର୍ମକ୍ଷେତ୍ରରେ ଥିବା ବାଧା ଦୂର ହେବ ଏବଂ ପ୍ରଗତି ପାଇଁ ନୂଆ ରାସ୍ତା ଖୋଲିବ । ସକାଳୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସଫଳତା ମିଳିପାରେ । ଏହା ଆପଣଙ୍କୁ ସାରା ଦିନ ଉତ୍ସାହିତ ରଖିବ । କିଛି ଲାଭଦାୟକ କାର୍ଯ୍ୟ ପାଇଁ ଅଧିକ ଅର୍ଥ ଖର୍ଚ୍ଚ ହୋଇପାରେ । କମ୍ ପରିଶ୍ରମରେ ମଧ୍ୟ ଭଲ ଲାଭ ମିଳିବାର ଯୋଗ ରହିଛି । ପୂର୍ବରୁ ଯୋଜନା କରିଥିବା ନିବେଶରୁ ଆର୍ଥିକ ଲାଭ ମିଳିବା ଆରମ୍ଭ ହୋଇପାରେ । 

Share In Social Media
Scroll to Top