
ଭୁବନେଶ୍ୱର: ବଢିଲା ବସ ଭଡା । ଗୁରୁବାର ରାଜ୍ୟ ସରକାର ବସ ଭଡା ବୃଦ୍ଧି କରିଛନ୍ତି । ଅର୍ଡିନାରୀ ବସ ଭଡା ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ସବୁଠାରୁ ଅଧିକ ସ୍ଲିପର ଏସି କୋଚ ବସ ଭଡା କିମି ପିଛା ୪ ଟଙ୍କା ୬୧ ପଇସା ବଢିଥିବା ବେଳେ ଅର୍ଡିନାରୀ ବସ ଭଡା କିମି ପିଛା ୧ ଟଙ୍କା ୧୮ ପଇସା ବୃଦ୍ଧି ପାଇଛି । ଅନ୍ୟପଟେ ଏକ୍ସପ୍ରେସ ବସ ଭଡା କିମି ପିଛା ୧ ଟଙ୍କା ୨୪ ପଇସା ଓ ସେମି ଡିଲକ୍ସ ଭଡା ୧ ଟଙ୍କା ୩୦ ପଇସା ବୃଦ୍ଧି ଘଟିଛି ।
ସେହିପରି ଡିଲକ୍ସ ବସରେ କିଲୋମିଟର ପିଛା ଭଡା ୧ ଟଙ୍କା ୪୧ ପଇସା ବଢିଛି । ଏସି ଡିଲକ୍ସ ୧ ଟଙ୍କା ୯୯ ପଇସା , ସୁପର ପ୍ରିମିୟମ ୩ ଟଙ୍କା ୨୧ ପଇସାକୁ ବୃଦ୍ଧି କରାଯାଇଛି । ତେବେ ପ୍ରଶ୍ନ ହେଉଛି, ଗୋଟିଏ ଗରିବ ପରିବାରର ଲୋକଟିଏ ଏତେ ଟଙ୍କା ଆଣିବ କେଉଁଠୁ, ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଏହି ବସ ଭଡା ବୃଦ୍ଧି ନିଷ୍ପତ୍ତି ଭାରୀ ପଡିଯିବନି ତ ? ବସ ଚାଳକଙ୍କ କହିବା ଅନୁଯାୟୀ, ଯଦି ଡିଜେଲ, ପେଟ୍ରୋଲ ଦର ବଢିବ ତେବେ ବସ ଭଡା ବୃଦ୍ଧି ହେବା ଏହା ସ୍ୱାଭାବିକ । ଏଥିରେ ସନ୍ଦେହ ନାହିଁ ।





