
ଆଜିକାଲିର ଜୀବନଶୈଳୀରେ ହାଇ ବ୍ଲଡ୍ ପ୍ରେସର୍ (ଉଚ୍ଚ ରକ୍ତଚାପ) ଏକ ସାଧାରଣ କଥା ହୋଇଗଲାଣି। ହେଲେ ଏହା ଯେ କେତେବେଳେ ଜୀବନ ବି ନେଇପାରେ ସେ କଥା ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ। ଏହାକୁ ‘ନୀରବ ଘାତକ’ କୁହାଯାଏ କାରଣ ଏହାର ଲକ୍ଷଣଗୁଡ଼ିକ ଧୀରେ ଧୀରେ ପ୍ରକାଶ ପାଏ, କିନ୍ତୁ ହୃଦୟ, କିଡନୀ ଓ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ। ଅନେକ ଥର ଆମେ ଅଜାଣତରେ ଏପରି ଖାଦ୍ୟ ଖାଇନେଉ ଯାହା କେବଳ କିଛି ମିନିଟ୍ରେ ରକ୍ତଚାପକୁ ବଢ଼ାଇଦେଇଥାଏ। ବିଶେଷକରି ପୂର୍ବରୁ ଉଚ୍ଚ ବିପି ରୋଗୀମାନେ ଏହି ଖାଦ୍ୟଗୁଡ଼ିକରୁ ସତର୍କ ରହିବା ଜରୁରି। ବିପି ବଢ଼ିଲେ ମୁଣ୍ଡବିନ୍ଧା, ଅସ୍ଥିରତା, ଥକ୍କାପଣ ଏବଂ ଷ୍ଟ୍ରୋକ୍ ଭଳି ବିପଦ ବଢ଼ିଯାଏ। ତେଣୁ ଏହା ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ କେଉଁ ଖାଦ୍ୟଗୁଡ଼ିକ ଆମର ବିପିକୁ ହଠାତ୍ ବଢ଼ାଇଦେଇପାରେ। ଆସନ୍ତୁ ଜାଣିବା ଏପରି ୪ଟି ଖାଦ୍ୟ ବିଷୟରେ ଯାହା କେବଳ ୨ ମିନିଟ୍ରେ ରକ୍ତଚାପକୁ ଉପରକୁ ଚଢ଼ାଇଦେଇପାରେ।
୧. ଲୁଣିଆ ସ୍ନାକ୍ସ ଓ ଚିପ୍ସ
ଚିପ୍ସ, ନମକିନ୍, ସେଭ, ଭୁଜିଆ ଭଳି ସ୍ନାକ୍ସରେ ସୋଡିୟମ୍ ପରିମାଣ ଅତ୍ୟଧିକ ଥାଏ। ସୋଡିୟମ୍ ଶରୀରରେ ଜଳକୁ ଧରିରଖେ, ଯାହା ରକ୍ତ ପରିମାଣ ବଢ଼ାଏ ଏବଂ ବିପି ଦ୍ରୁତ ଉପରକୁ ଯାଏ। କେବଳ ଗୋଟିଏ ମୁଠା ନମକିନ୍ ମଧ୍ୟ ୨ ମିନିଟ୍ରେ ପ୍ରଭାବ ଦେଖାଇପାରେ।
୨. ସଫ୍ଟ ଡ୍ରିଙ୍କ୍ସ ଓ ମିଠା ଜୁସ୍
କୋଲ୍ଡ ଡ୍ରିଙ୍କ୍ସ, ପ୍ୟାକେଡ୍ ଫ୍ରୁଟ ଜୁସ୍ ଏବଂ ଏନର୍ଜି ଡ୍ରିଙ୍କ୍ସରେ ହାଇ ଫ୍ରକ୍ଟୋଜ୍ କର୍ଣ୍ଣ ସିରପ୍ ଓ କ୍ୟାଫେନ୍ ଥାଏ। ଏଗୁଡ଼ିକ ଇନସୁଲିନ୍ ପ୍ରତିରୋଧ ଓ ରକ୍ତଚାପ ଉଭୟକୁ ବଢ଼ାଏ। ବିଶେଷକରି ଖାଲି ପେଟରେ ପିଇଲେ ଏହାର ପ୍ରଭାବ ଆହୁରି ତୀବ୍ର ହୋଇଥାଏ।
୩. ପ୍ରୋସେସ୍ଡ ଓ ଫାଷ୍ଟ
ଫୁଡ୍ ବର୍ଗର, ପିଜା, ସସେଜ୍, ଫ୍ରେଞ୍ଚ ଫ୍ରାଇଜ୍ ଭଳି ଖାଦ୍ୟରେ ସୋଡିୟମ୍, ଟ୍ରାନ୍ସ ଫ୍ୟାଟ୍ ଓ ପ୍ରିଜର୍ଭେଟିଭ୍ସର ଭରପୁର ଥାଏ। ଏଗୁଡ଼ିକ ଧମନୀଗୁଡ଼ିକୁ ସଙ୍କୁଚିତ କରି ରକ୍ତ ପ୍ରବାହ ଉପରେ ଚାପ ସୃଷ୍ଟି କରେ। ଏହାର ପ୍ରଭାବ ଖାଇବାର କିଛି ମିନିଟ୍ ଭିତରେ ଅନୁଭବ ହୋଇପାରେ।
୪. ଅତ୍ୟଧିକ ମିଠା, କେକ୍, କୁକିଜ୍
ଅଧିକ ଚିନି ଖାଇଲେ ଇନସୁଲିନ୍ ସ୍ପାଇକ୍ ହୋଇ ରକ୍ତଚାପ ଅସନ୍ତୁଳିତ ହୋଇପଡ଼େ। ବିଶେଷକରି ଡାଇବେଟିସ୍ ଓ ବିପି ରୋଗୀଙ୍କ ପାଇଁ ଏହା ଦ୍ୱିଗୁଣିତ ବିପଦ। ମିଠା ଖାଇବା ପରେ ତୁର ନ୍ତ ହୃଦସ୍ପନ୍ଦନ ଦ୍ରୁତ ହୋଇପାରେ।





