odisha24 Live

Latest News

Latest News

କାମ କମ୍‌, ମଉଜ ଅଧିକ : ଦିନସାରା ମୋବାଇଲ୍‌ରେ ରିଲ୍ସ ଦେଖ, ଆଉ ମାସ ଶେଷରେ ଦରମା ଗଣ!

ଉଦୟପୁର: ସ୍ମାର୍ଟଫୋନ୍ ହାତରେ ଧରି ଘଣ୍ଟା ଘଣ୍ଟା ବିତାଇବା ଏବଂ ଆଙ୍ଗୁଠି ସାହାଯ୍ୟରେ କ୍ରମାଗତ ଭାବେ ସ୍କ୍ରୋଲ୍ କରିବା ଯାହାକୁ ଆପଣ ପୂର୍ବେ ସମୟ ନଷ୍ଟ ବୋଲି ଭାବୁଥିଲେ, ତାହା ବର୍ତ୍ତମାନ ଆୟର ଏକ ଉତ୍ସ ପାଲଟିବାକୁ ଯାଉଛି!

ତେବେ, ସୋସିଆଲ୍ ମିଡିଆ ଦୁନିଆରେ ସମ୍ପୂର୍ଣ୍ଣ ବୁଡ଼ି ରହିଥିବା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ଚମତ୍କାର ଖବର ରହିଛି। ଯେଉଁମାନେ ଇନଷ୍ଟାଗ୍ରାମ ରିଲ୍ସ ଦେଖିବାରେ ଏତେ ଅଭ୍ୟସ୍ତ ଯେ ସକାଳୁ ରାତି ପର୍ଯ୍ୟନ୍ତ ସ୍କ୍ରୋଲ୍ କରି କରି ସେମାନଙ୍କ ଆଙ୍ଗୁଠି ବିନ୍ଧିଯାଏ, ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି।

ଏବେ ଆଉ ଆପଣଙ୍କୁ ପରିବାର ଲୋକଙ୍କ ଠାରୁ ଗାଳି ଶୁଣିବାକୁ ପଡ଼ିବ ନାହିଁ, କାରଣ ରିଲ୍ସ ଦେଖିବା କେବଳ ମନୋରଞ୍ଜନର ମାଧ୍ୟମ ହୋଇ ରହିବ ନାହିଁ, ବରଂ ଏହା ଏକ ନିୟମିତ ରୋଜଗାରର ମାଧ୍ୟମ ବା କାମରେ ପରିଣତ ହେବାକୁ ଯାଉଛି!
ମିଳିଥିବା ସୂଚନା ଅନୁଯାୟୀ,ରାଜସ୍ଥାନର ଉଦୟପୁରରେ ଅବସ୍ଥିତ ‘ଇନ୍‌ଫ୍ଲୁଇସ୍’ ନାମକ ଏକ ଷ୍ଟାର୍ଟଅପ୍ ସଂସ୍ଥା, ‘ପ୍ରଫେସନାଲ୍ ଡୁମ୍‌ସ୍କ୍ରୋଲର୍’ ନାମକ ଏକ ଅନନ୍ୟ ତଥା ରୋମାଞ୍ଚକର ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରିଛି।
ହି ପଦବୀ ପାଇଁ ନିଯୁକ୍ତ ବ୍ୟକ୍ତିଙ୍କୁ କାର୍ଯ୍ୟ ସମୟରେ କେବଳ ଇନଷ୍ଟାଗ୍ରାମ ରିଲ୍ସ ସ୍କ୍ରୋଲ୍ କରିବାକୁ ପଡ଼ିବ। ଏହି ଚାକିରିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୋସିଆଲ ମିଡିଆରେ ସୃଷ୍ଟି ହେଉଥିବା ନୂଆ ଟ୍ରେଣ୍ଡ୍‌ଗୁଡ଼ିକ ଉପରେ ନଜର ରଖିବା, ଭାଇରାଲ୍ ହେଉଥିବା ଭିଡିଓଗୁଡ଼ିକୁ ଚିହ୍ନଟ କରିବା ଏବଂ ଇଣ୍ଟରନେଟ୍ ବ୍ୟବହାରକାରୀଙ୍କୁ କେଉଁ ବିଷୟଗୁଡ଼ିକ ଅଧିକ ପସନ୍ଦ ଆସୁଛି ତାହା ଜାଣିବା ଓ ଏହି ସମସ୍ତ ତଥ୍ୟ ନିଜ ଟିମ୍‌କୁ ଜଣାଇବା।

ନିଯୁକ୍ତି ବିଜ୍ଞାପନ ଭାଇରାଲ୍ ହେବା ପରେ ଆବେଦନର ସୁଅ: ଚାକିରିର ଏହି ସୁଯୋଗ ସୋସିଆଲ ମିଡିଆରେ ବେଗରେ ବ୍ୟାପିଯାଇଛି। ରିପୋର୍ଟ ଅନୁଯାୟୀ, କମ୍ପାନୀର ଏହି ଅନନ୍ୟ ନିଯୁକ୍ତି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୪୦ ହଜାରରୁ ଅଧିକ ଥର ଦେଖାଯାଇଛି ଏବଂ ୧୧ ହଜାରରୁ ଅଧିକ ଆବେଦନ ଗ୍ରହଣ କରାଯାଇଛି।

ଆବେଦନ ପ୍ରକ୍ରିୟାଟିକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ପ୍ରସ୍ତୁତ କରାଯାଇଥିଲା। ପ୍ରାର୍ଥୀମାନଙ୍କୁ କେବଳ କମ୍ପାନୀର ନିଯୁକ୍ତି ଭିଡିଓର କମେଣ୍ଟ ବିଭାଗରେ “Hi” ଲେଖିବାକୁ କୁହାଯାଇଥିଲା। ଉଦୟପୁରର ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ଡାଇରେକ୍ଟ ମେସେଜ୍ ମାଧ୍ୟମରେ ଏକ ଆବେଦନ ଲିଙ୍କ୍ ପଠାଯାଇଥିଲା, ଯେଉଁଥିରେ ସେମାନଙ୍କ ପସନ୍ଦର ପଦବୀ, ବର୍ତ୍ତମାନର ଓ ଆଶା କରାଯାଉଥିବା ଦରମା ଏବଂ ସେମାନଙ୍କର ରେଜ୍ୟୁମେ ଭଳି ବିବରଣୀ ମଗାଯାଇଥିଲା।

Share In Social Media
Scroll to Top