odisha24 Live

Latest News

Latest News

ଆଡଭେଞ୍ଚର ବାଇକ୍ ନୂଆ ବାଇକ

ମୁମ୍ବାଇ : ଭାରତୀୟ ବଜାରରେ ଲଗଜୁରୀ ଓ ପାୱାରଫୁଲ୍ ବାଇକର ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ସମୟରେ ପ୍ରିମିୟମ୍ ବାଇକ୍ ନିର୍ମାତା କମ୍ପାନୀ ଟ୍ରାୟମ୍ଫ ନିଜର ପପୁଲାର ଆଡଭେଞ୍ଚର ବାଇକ୍ ଟାଇଗର ୧୨୦୦କୁ ନେଇ ଚର୍ଚ୍ଚାରେ ରହିଛି । ଏହି ବାଇକରେ ପାୱାରଫୁଲ୍ ଇଞ୍ଜିନ୍ ସହ ଅନେକ ମର୍ଡନ ଫିଚର୍ସ ଦିଆଯାଇଛି, ଯାହା ରାଇଡରଙ୍କୁ ଏକ ଭିନ୍ନ ଅନୁଭୂତି ଦେବ। ତେବେ ଆସନ୍ତୁ ଜାଣିବା ଏହି ବାଇକର ଇଞ୍ଜିନ୍, ଫିଚର୍ସ ଓ ଅନ୍ୟାନ୍ୟ ବିଶେଷତ୍ୱ ବିଷୟରେ । ଟ୍ରାୟମ୍ଫ ଟାଇଗର ୧୨୦୦ରେ ୧୧୬୦ ସିସିର ଲିକ୍ୱିଡ୍-କୁଲ୍ଡ, ତିନି ସିଲିଣ୍ଡର ଇଞ୍ଜିନ୍ ରହିଛି । ଏହି ଇଞ୍ଜିନ୍ ୯,୨୫୦ RPMରେ ୧୫୬ BHP ପାୱାର୍ ଏବଂ ୬,୭୫୦ RPMରେ ୧୩୦ Nmର ସର୍ବାଧିକ ଟର୍କ ଜେନେରେଟ୍ କରିଥାଏ ।

କମ୍ପାନୀ ଏହାର ଇଞ୍ଜିନ୍, ପିଷ୍ଟନ୍, ସିଲିଣ୍ଡର ହେଡ୍ ଓ ଏକ୍ଜଷ୍ଟ ସିଷ୍ଟମ୍ରେ ଉନ୍ନତି ଆଣିଛି । ଏହାଦ୍ୱାରା ବାଇକ୍ର ପରଫର୍ମାନ୍ସ ଅଧିକ ସ୍ମୁଥ୍ ହେବା ସହ ଖରାପ ରାସ୍ତାରେ ମଧ୍ୟ ନିୟନ୍ତ୍ରଣ ରଖିବା ସହଜ ହୋଇଥାଏ । ଏହି ବାଇକର ଅନ୍ୟତମ ଆକର୍ଷଣ ହେଉଛି ଏଥିରେ ମିଳୁଥିବା ମର୍ଡନ ସୁରକ୍ଷା ଓ ରାଇଡିଂ ଫିଚର୍ସ । ଏଥିରେ Boschର ଫ୍ରଣ୍ଟ୍ ଓ ରିୟର୍ ରାଡାର୍ ସିଷ୍ଟମ୍ ରହିଛି। ଏହା ସହ ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ବ୍ଲାଇଣ୍ଡ୍ ସ୍ପଟ୍ ମନିଟରିଂ, ଲେନ୍ ଚେଞ୍ଜ୍ ଆସିଷ୍ଟ୍ ଓ ରିୟର୍ ଡିଷ୍ଟାନ୍ସ ୱାର୍ଣ୍ଣିଂ ଭଳି ସୁବିଧା ମିଳୁଛି । ଏହାବ୍ୟତୀତ ବାଇକରେ ସେମି-ଆକ୍ଟିଭ୍ Showa ସସ୍ପେନ୍ସନ୍ ଦିଆଯାଇଛି । ରାସ୍ତାର ସ୍ଥିତି ଅନୁସାରେ ଏହା ନିଜକୁ ଆଡଜଷ୍ଟ କରିଥାଏ । ଫଳରେ ଖରାପ ରାସ୍ତାରେ ମଧ୍ୟ ରାଇଡିଂ ଅଧିକ ଆରାମଦାୟକ ହୋଇପାରେ।ରାଇଡରଙ୍କ ସୁବିଧା ପାଇଁ ଟ୍ରାୟମ୍ଫ ଟାଇଗର ୧୨୦୦ରେ ୭ ଇଞ୍ଚର TFT ଟଚସ୍କ୍ରିନ୍ ଡିସପ୍ଲେ ଦିଆଯାଇଛି ।

Share In Social Media
Scroll to Top