odisha24 Live

Latest News

Latest News

ବଦଳିଲା ଓସିଏସ ମୁଖ୍ୟ ପରୀକ୍ଷା ସୂଚୀ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଓଡ଼ିଶା ଲୋକସେବା ଆୟୋଗ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା-୨୦୨୫ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ପୂର୍ବରୁ ଅକ୍ଟୋବର ୨୯ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ଓଡ଼ିଆ ଏବଂ ଇଂରାଜୀ ଭାଷା ପରୀକ୍ଷା ବର୍ତ୍ତମାନ ଅକ୍ଟୋବର ୩୧ ତାରିଖରେ ଅନୁଷ୍ଠିତ ହେବ। ସେହିପରି ଅକ୍ଟୋବର ୩୦ ତାରିଖ ପାଇଁ ଧାର୍ଯ୍ୟ ହୋଇଥିବା ‘ରଚନା’ ପରୀକ୍ଷାକୁ ନଭେମ୍ବର ୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଅନ୍ୟ ପରୀକ୍ଷାଗୁଡ଼ିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ‘ଜେନେରାଲ୍ ଷ୍ଟଡିଜ୍’ ପେପର-୧ ଓ ୨ ନଭେମ୍ବର ୨ ତାରିଖରେ ଏବଂ ପେପର-୩ ଓ ୪ ନଭେମ୍ବର ୪ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷାଗୁଡ଼ିକ ନଭେମ୍ବର ୭ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି।

Share In Social Media
Scroll to Top