odisha24 Live

Latest News

Latest News

ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଗଭୀର ଅବପାତ ୨୬ ଅକ୍ଟୋବର ପ୍ରାରମ୍ଭରେ ଏକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।
ଏହି ପାଣିପାଗ ପ୍ରଣାଳୀଟି ଉପକୂଳ ଆଡ଼କୁ ଘଣ୍ଟାପ୍ରତି ୮ କିମି ବେଗରେ ମାଡ଼ି ଆସୁଛି। ପୂର୍ବ-କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଥିବା ଗଭୀର ଅବପାତ ବିଜୟପୁରମ୍ ଠାରୁ ୪୫୦ କିମି ଉତ୍ତର-ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି। ସେହିପରି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରୁ ୮୨୦ କିମି ପୂର୍ବ-ଦକ୍ଷିଣପୂର୍ବ, କାକିନଡ଼ାଠାରୁ ୯୧୦ କିମି ପୂର୍ବ-ଦକ୍ଷିଣପୂର୍ବ, ମଛଲିପଟଣମ୍ ଠାରୁ ୧୦୧୦ କିମି ପୂର୍ବ ଓ ବାପତଲାଠାରୁ ୧୦୮୦ କିମି ପୂର୍ବରେ ରହିଛି। ୨୮ ତାରିଖ ସକାଳ ବେଳକୁ ଆନ୍ଧ୍ରର ବାପଟଲା ଓ ବିଶାଖାପାଟଣା ମଝିରେ ଲ୍ୟାଣ୍ଡଫଲ୍ କରିପାରେ।

Share In Social Media
Scroll to Top