
ନୂଆଦିଲ୍ଲୀ: ଏବେ ବିନା କମ୍ପ୍ୟୁଟର ଓ ଇଣ୍ଟରନେଟ୍ରେ ବି ପିଲାମାନେ ଶିଖିପାରିବେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ। ଏଥିପାଇଁ ଏକ ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିଛି ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି)। ନବମରୁ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଏହି ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ଏଥିରେ କୃତ୍ରିମ ବୁଦ୍ଧିମତ୍ତା ସହ କମ୍ପ୍ୟୁଟେସନାଲ୍ ଥିଙ୍କିଂ ବା ସମସ୍ୟାକୁ ଭାବିଚିନ୍ତି ସମାଧାନ କରିବାର କୌଶଳ ଶିଖିବେ ଛାତ୍ରଛାତ୍ରୀ।
ଏହି ପାଠ ପଢ଼ିବା ପାଇଁ ପିଲାମାନଙ୍କର ପୂର୍ବରୁ କମ୍ପ୍ୟୁଟର କିମ୍ବା କୋଡିଂ ବିଷୟରେ ଜ୍ଞାନ ଥିବା ଦରକାର ନାହିଁ। ଖେଳକୁଦ, ମଜାଦାର କାର୍ଯ୍ୟକଳାପ ଓ ନିଜେ ଚିନ୍ତା କରିବା ମାଧ୍ୟମରେ ସେମାନେ ଏଆଇ ବିଷୟରେ ଜାଣିପାରିବେ।





