odisha24 Live

Latest News

Latest News

ଲ୍ୟାଣ୍ଡଫଲ୍ ବେଳେ ତାଣ୍ଡବ ରଚିଲା

ଭୁବନେଶ୍ୱର : ସ୍ଥଳଭାଗ ଛୁଇଁଲା ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ। ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି। ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ ଠାରୁ ପ୍ରାୟ ୩୦ କିଲୋମିଟର ଦକ୍ଷିଣପଶ୍ଚିମ ଦିଗରେ ସ୍ଥଳଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା। ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା।

ଲ୍ୟାଣ୍ଡଫଲ୍ ପରେ ମଧ୍ୟ ଏହାର ପ୍ରଭାବ ତୁରନ୍ତ ଶେଷ ହୋଇ ନାହିଁ। ଆସନ୍ତା ପ୍ରାୟ ୮ ଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତ ଭାବେ ରହିବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବା ସହ ଧୀରେ ଧୀରେ ଦୁର୍ବଳ ହେବ। ଅବପାତର ପ୍ରଭାବରେ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା, ଝୋଟକା ପବନ ଏବଂ ସମୁଦ୍ର ଅଶାନ୍ତ ରହିଛି।

Share In Social Media
Scroll to Top