
ଅନେକ ସମୟରେ ଲୋକେ ସାମାନ୍ୟ କଷ୍ଟ ହେଲେ ନିଜ ଇଚ୍ଛାରେ ଏହି ପେନ୍ କିଲର୍ ଔଷଧ ଖାଇଥାନ୍ତି। କିନ୍ତୁ ଆପଣ ଯାଇଛନ୍ତି କି ବାରମ୍ବାର ଖାଇଲେ , ଆମ ଶରୀରର ବିଭିନ୍ନ ଅଙ୍ଗ ଉପରେ ଗମ୍ଭୀର କୁପ୍ରଭାବ ପକାଏ।ଆସନ୍ତୁ ଜାଣିବା ..
କିଡ୍ନୀ (ବୃକକ୍) ଉପରେ ପ୍ରଭାବ: କ୍ରମାଗତ ଭାବେ ପେନ୍ କିଲର୍ ଖାଇବା ଦ୍ୱାରା କିଡ୍ନୀ ଜନିତ ସମସ୍ୟା କିମ୍ବା କିଡ୍ନୀ ଫେଲିୟୁର୍ ହୋଇପାରେ।
ପେଟରେ ଅଲସର୍ ଓ ରକ୍ତସ୍ରାବ: ଏହା ଦ୍ୱାରା ପେଟରେ ଗ୍ୟାସ୍, ଏସିଡିଟି, ପେଟ ବ୍ୟଥା ଏବଂ ଗମ୍ଭୀର ପରିସ୍ଥିତିରେ ପାକସ୍ଥଳୀରେ ଘା’କିମ୍ବା ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥାଏ।
ହୃଦ୍ରୋଗର ଆଶଙ୍କା: କିଛି ନନ-ଷ୍ଟେରଏଡାଲ୍ ଆଣ୍ଟି-ଇନ୍ଫ୍ଲାମେଟୋରୀ ଔଷଧ ରକ୍ତଚାପ ବଢ଼ାଇବା ସହ ହାର୍ଟ ଆଟାକ୍ ବା ଷ୍ଟ୍ରୋକ୍ର ବିପଦକୁ ବୃଦ୍ଧି କରିଥାଏ।
ଔଷଧ ଉପରେ ନିର୍ଭରଶୀଳତା: କିଛି ଶକ୍ତିଶାଳୀ ପେନ୍ କିଲର୍ (ଯେପରିକି ଓପିଓଏଡ୍ସ) ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଏହା ବିନା ଶରୀର ଅସହଜ ଅନୁଭବ କରେ।
ସୁରକ୍ଷିତ ରହିବା ପାଇଁ ପରାମର୍ଶ: ଯଦି ଆପଣଙ୍କର କୌଣସି ଜାଗାରେ କ୍ରମାଗତ ଯନ୍ତ୍ରଣା ହେଉଛି, ତେବେ ନିଜ ମନଇଚ୍ଛା ଫାର୍ମାସିରୁ ଔଷଧ ଆଣି ଖାଆନ୍ତୁ ନାହିଁ। ସର୍ବଦା ଜଣେ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରି ସଠିକ୍ ମାତ୍ରା ଏବଂ ସୀମିତ ସମୟ ପାଇଁ ହିଁ ଔଷଧ ସେବନ କରନ୍ତୁ।





