
ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ବିଜୁ ଜନତା ଦଳର ଆନ୍ଦୋଳନ । ତ୍ରୁଟିପୂର୍ଣ୍ଣ ପୁସ୍ତକ ଏବଂ ଏମଏମଡିଆର ବିଲ ପ୍ରସଙ୍ଗ ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ପ୍ରତିବାଦ । ବିଧାନସଭା ଘେରାଉ ଉଦ୍ୟମ କରିଛନ୍ତି ବିଜେଡିର ଯୁବ ଏବଂ ଛାତ୍ର ସଂଗଠନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରୁଛି ବିଜେଡି । ଆନ୍ଦୋଳନରେ ଶତାଧିକ ସଂଖ୍ୟାରେ ବିଜେଡିର ଯୁବ ଛାତ୍ର ନେତା ସାମିଲ ହୋଇଛନ୍ତି ।
ବିକ୍ଷୋଭରେ ବିଜେଡିର କର୍ମୀ ଏହଂ ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ପ୍ରଥମ ବ୍ୟାରିକେଡ ଭାଙ୍ଗି ଦ୍ୱିତୀୟ ବ୍ୟାରିକେଡ ଭାଙ୍ଗି ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ଶତାଧିକ ବିଜେଡି କର୍ମୀ । ବିଭିନ୍ନ ନାରାବାଜି ସହ ବ୍ୟାରିକେଡ ଉପରେ ଚଢି ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ । ବିକ୍ଷୋଭକାରୀଙ୍କୁ ଅଟକାଇବାକୁ ପୋଲିସ ଉଦ୍ୟମ ଜାରି ରଖିଛନ୍ତି ।





