odisha24 Live

Latest News

Latest News

ବଳ ଗୋଟଉଛି ବାତ୍ୟା : ବଢୁଛି ବର୍ଷାର ବିପଦ

ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ର ରୂପ ନେଇଛି। ବହିଲାଣି ପବନର ବେଗ । ସମୁଦ୍ରରୁ ମାଡ଼ିଆସୁଛି ବଡ଼ ବର୍ଷା। ୨୩ ଓ ୨୪ରେ ହେବ ସାଂଘାତିକ ବର୍ଷା । ୬ ଜିଲ୍ଲାରେ ନିର୍ଧୁମ ଛେଚିବ। ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତର ରୂପ ନେଇସାରିଛି ଲଘୁଚାପ। ଅଧିକ ଘନୀଭୂତ ହୋଇ ଆଜି ରାତି ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ ।

ପାଣିପାଗ ବିଭାଗର ସୂଚନା ଅନୁସାରେ, ଏହା ଏବେ ଗୋପାଳପୁରରୁ ୨୫୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ, ପୁରୀଠାରୁ ୨୭୦ କିମି ଦକ୍ଷିଣ, କଳିଙ୍ଗପଟନମରୁ ୩୩୦ କି.ମି ପୂର୍ବ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପଟନମରୁ ୪୧୦ କି.ମି ପୂର୍ବ ଦିଗରେ ରହିଛି। ଗଭୀର ଅବପାତରେ ପରିଣତ ହେବାପରେ ୨୩ ତାରିଖ ରାତି ଓ ୨୪ ଭୋର ମଧ୍ୟରେ ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ଆଜି ମାଲକାନଗିରିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ୧୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଆଲର୍ଟ । ତେବେ ଆସନ୍ତାକାଲିଠୁ ବଢିବ ବର୍ଷା ବିପଦ। କାଲି ଗଞ୍ଜାମ, ଗଜପତି ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ନେଇ ରେଡ୍ ଆଲର୍ଟ ଜାରି ହୋଇଛି।

ସେହିଭଳି ୨୪ ତାରିଖରେ ୪ ଜିଲ୍ଲା ମାଲକାନଗିରି, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ରହିଛି ରେଡ୍ ଆଲର୍ଟରେ । ୨୩ ଓ ୨୪ ତାରିଖ ଦୁଇ ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ୫୫ରୁ ୬୫ କିମି ବେଗରେ ପବନ ବହିପାରେ। ଗଷ୍ଟିଂ ସ୍ପିଡ୍ ବା ଝଟକା ପବନ ସର୍ବାଧିକ ୭୫ କିଲୋମିଟର ବେଗରେ ହୋଇପାରେ।

Share In Social Media
Scroll to Top