odisha24 Live

Latest News

Latest News

ଅଶାନ୍ତ ହେଲାଣି ସମୁଦ୍ର, ଉପକୂଳ କୁ ବିପଦ !

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗରରେ ଯଦି ବାତ୍ୟା ସୃଷ୍ଟି ହୁଏ ତେବେ ତା ନାଁ ରହିବ ‘ଅର୍ଣ୍ଣବ’। ଏହି ନାଁ ବାଂଲାଦେଶ ଦ୍ୱାରା ପ୍ରଦାନ କରାଯାଇଛି। ବିଶ୍ୱ ପାଣିପାଗ ସଂଗଠନ ଏବଂ ଆଇଏମଡିର ଆଞ୍ଚଳିକ ତାଲିକାରେ ପରବର୍ତ୍ତୀ ବାତ୍ୟା ପାଇଁ ନିର୍ଦ୍ଧାରିତ ହୋଇ ରହିଛି ଏହି ନାଁ।
୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତାବନୀ ଦିଆଯାଇଥିବା ବେଳେ ୨୩ରୁ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

ଅନ୍ୟପକ୍ଷରେ ସୋମବାର ସକାଳୁ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସମୁଦ୍ର ଅଶାନ୍ତ ହୋଇପଡ଼ିଥିବା ବେଳେ ଉଚ୍ଚ ଜୁଆର ଏବଂ ପବନର ପ୍ରଭାବ ଦେଖିବାକୁ ମିଳୁଛି। ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସେପ୍ଟେମ୍ବର ୨୧ ରୁ ୨୪ ମଧ୍ୟରେ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ଏପଟେ ପ୍ରବଳ ବର୍ଷା, ଜଳବନ୍ଦୀ ସ୍ଥିତି, ବଜ୍ରପାତ, ଭୂ-ସ୍ଖଳନ ତଥା ଜନଜୀବନ କ୍ଷୟକ୍ଷତିର ଆଶଙ୍କାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share In Social Media
Scroll to Top