odisha24 Live

Latest News

Latest News

ଜ୍ୱରରେ ପଡ଼ିଲା ଓରାଙ୍ଗଉଟାନ ଛୁଆ; ଅସୁସ୍ଥ ଶାବକକୁ ନେଇ ଚିନ୍ତା

ଭୁବନେଶ୍ୱର : ପୁଣି ଜ୍ୱରରେ ପଡିଲା ଗୋଟିଏ ଓରାଙ୍ଗଉଟାନ ଛୁଆ । ନନ୍ଦନକାନନରେ ଗୋଟିଏ ଓରାଙ୍ଗଉଟାନ କୁ ଜ୍ୱର ହୋଇଛି । ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କ ମଧ୍ୟରୁ ଜଣଙ୍କୁ ଜ୍ୱର ହେବା ପରେ ଆଲର୍ଟରେ ଡାକ୍ତରୀ ଟିମ । ସେପଟେ ସଂଗରୋଧ ଘରକୁ ମଶା ନ ପଶିବା ଲାଗି ତାର ଜାଲି ମଧ୍ୟ ବୁଲାଇ ଦିଆଯାଇଛି । ଗତ ୮ ତାରିଖରେ ବାଲେଶ୍ୱର ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଏବଂ ନନ୍ଦନକାନନରେ ରହିଛନ୍ତି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି ।
ବତ୍ତମାନ ଔଷଧ ଦେବା ପରେ ଜ୍ୱର କମୁଛି, କିନ୍ତୁ ପୁଣି ତାପମାତ୍ରା ବଢ଼ିଯାଉଛି। ତେବେ ଛୁଆଟିର ଅବସ୍ଥା ଏବେ ସ୍ଥିର ରହିଛି. ଅନ୍ୟ ୪ଟି ଓରାଙ୍ଗଉଟାନ ଛୁଆ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ନନ୍ଦନକାନନର ପଶୁ ଚିକିତ୍ସକ ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ର ‘ସେଣ୍ଟର ଫର ୱାଇଲ୍ଡଲାଇଫ ହେଲଥ୍’ର ବିଶେଷଜ୍ଞମାନେ ୨୪ ଘଣ୍ଟା ଛୁଆଟି ଉପରେ ନଜର ରଖିଛନ୍ତି। ମଣିଷ ଛୁଆଙ୍କ ଭଳି ଏମାନଙ୍କୁ ମଧ୍ୟ ଜ୍ୱର ନିୟନ୍ତ୍ରଣ ପାଇଁ ପାରାସିଟାମଲ୍ ଜାତୀୟ ଔଷଧ ଦିଆଯାଉଛି। ଏହି ବିଦେଶୀ ପ୍ରଜାତିର ଜୀବମାନଙ୍କ ସୁରକ୍ଷା ପାଇଁ ସେମାନଙ୍କର ତାପମାତ୍ରା-ନିୟନ୍ତ୍ରିତ ରୁମ୍‌ରେ ସ୍ୱତନ୍ତ୍ର ମଶାରୀ ଲଗାଯାଇଛି। ସେମାନଙ୍କୁ ଗ୍ୟାସ୍ ସମସ୍ୟାରୁ ରକ୍ଷା କରିବା ପାଇଁ ପ୍ରତି ୩ ଘଣ୍ଟାରେ ଥରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଡାଏଟ୍ ଚାର୍ଟ ଅନୁସାରେ ଖାଦ୍ୟ ଓ କ୍ଷୀର ଦିଆଯାଉଛି।

Share In Social Media
Scroll to Top