
ଭୁବନେଶ୍ୱର : ୟୁସିସିକୁ ନେଇ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । କହଛନ୍ତି, ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଆଉ ମନ୍ତବ୍ୟର ଆବଶ୍ୟକତା ନାହିଁ । ରାଜ୍ୟ ପାଇଁ ଆବଶ୍ୟକ ବୋଲି ଗୃହ ମନ୍ତ୍ରୀ ଶାହ କହିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଦେଶରେ ୟୁସିସି ଲାଗୁ ହେବା ସମୟର ଆହ୍ୱାନ ଏବଂ ଏହା ଦେଶର ବିକାଶ ତଥା ସମାନତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ମନମୋହନ ସାମଲ କହିଛନ୍ତି ଯେ ୟୁସିସି କୌଣସି ଜାତି ବା ଧର୍ମ ବିରୋଧୀ ନୁହେଁ, ବରଂ ଏହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସମାନ ଆଇନଗତ ଅଧିକାର ପ୍ରଦାନ କରିବ। କେତେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ଏବଂ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କେତେକ ରାଜନୈତିକ ଦଳ ଏହି ପ୍ରସଙ୍ଗରେ କେବଳ ଭୋଟ୍ ବ୍ୟାଙ୍କ ରାଜନୀତି କରୁଛନ୍ତି ଏବଂ ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।





