odisha24 Live

Latest News

Latest News

ବିଦ୍ୟୁତ ଦରକୁ ନେଇ ଶକ୍ତି ମନ୍ତ୍ରୀଙ୍କ ବଡ଼ ଘୋଷଣା, ଉପଭୋକ୍ତାଙ୍କୁ ମିଳିପାରେ ଆଶ୍ୱସ୍ତି

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଆଶ୍ଵାସନା ଜନକ ଖବର ସାମ୍ନାକୁ ଆସିଛି। ରାଜ୍ୟରେ ଆଗାମୀ ଦିନରେ ବିଦ୍ୟୁତ ଟାରିଫ (ଉପଭୋକ୍ତା ଦେୟ) କମିପାରେ ବୋଲି ଶକ୍ତି ମନ୍ତ୍ରୀ କେ.ଭି. ସିଂଦେଓ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବ୍ୟାପକ ଭାବେ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରାଯିବ । ଭୁବନେଶ୍ଵରରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର କର୍ମଶାଳାରେ ଏନେଇ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । କେନ୍ଦ୍ରୀୟ ମନ୍ତ୍ରାଳୟ ଏହି ପ୍ରକଳ୍ପଗୁଡ଼ିକ ପାଇଁ ବଡ଼ ଆର୍ଥିକ ସହାୟତା ଯୋଗାଇ ଦେଉଛି । ଯାହା ଦ୍ବାରା ଓଡ଼ିଶା ଆଗାମୀ ଦିନରେ ସବୁଜ ଶକ୍ତି ବା ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ଏକ ପ୍ରମୁଖ ହବ୍ ହେବାକୁ ଯାଉଛି । କୌଣସି ବଡ଼ ଡ୍ୟାମ୍ କିମ୍ବା ବିସ୍ଥାପନର ଆବଶ୍ୟକତା ନାହିଁ। ବୋହି ଯାଉଥିବା ସାଧାରଣ ଝରଣା ପାଣିରେ ଟର୍ବାଇନ ଲଗାଇ ସହଜରେ ବିଜୁଳି ଉତ୍ପାଦନ କରାଯାଇପାରିବ ଲ

ସ୍ମଲ ହାଇଡ୍ରୋ ପ୍ରୋଜେକ୍ଟ ପାଇଁ ରାଜ୍ୟରେ ୧୮୫ଟି ସାଇଟ୍ ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦ଟି ସ୍ଥାନରେ କରିବା ପାଇଁ ଟେଣ୍ଡର ହୋଇଛି । ପୂର୍ବରୁ ଓଡ଼ିଶାକୁ ଏଭଳି କ୍ଷୁଦ୍ର ପ୍ରକଳ୍ପରୁ ୧୩୩ ମେଗାୱାଟ୍ ବିଦ୍ୟୁତ ମିଳୁଥିବା ବେଳେ ଏବେ ଏହାକୁ ବଡ଼ ସ୍ତରରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଦ୍ବାରା ଆଉ ୯୩ ମେଗାୱଟ ବିଦ୍ୟୁତ ଉତ୍ପାଦନର ସମ୍ଭାବନା ରହିଛି । ୩ ରୁ ୪ବର୍ଷ ଭିତରେ କାମ ସାରିବାକୁ ଲକ୍ଷ୍ୟ ରହିଛି । ଓଡ଼ିଶାକୁ ଶକ୍ତି ସ୍ଵାବଲମ୍ବୀ ଏବଂ ଗ୍ରାହକଙ୍କୁ ଶସ୍ତାରେ ବିଜୁଳି ଯୋଗାଇବା ପାଇଁ ରାଜ୍ୟ ସରକାର ଏହି ମିଶନକୁ ବେଶ୍ ଗୁରୁତ୍ବର ସହ ନେଇଛନ୍ତି ।

Share In Social Media
Scroll to Top