odisha24 Live

Latest News

Latest News

କେବିସିକୁ ଛାଡ଼ିଲେ ବିଗ୍ ବି ,ବିଗ୍ ବିଙ୍କ ନିଷ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ : ବଲିଉଡ଼ ମହାନାୟକ ଅମିତାଭ ବଚ୍ଚନ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। କେବଳ ଜଣେ ଅଭିନେତା ଭାବରେ ନୁହେଁ, ବରଂ ଲୋକପ୍ରିୟ କୁଇଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି’ର ହୋଷ୍ଟ ଭାବେ ସେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ତେବେ ଏହା ମଧ୍ୟରେ ବିଗ ବି ନିଜର ସଦ୍ୟତମ ବ୍ଲଗ୍‌ରେ KBCରୁ ଦୂରେଇ ଯିବାର ସଙ୍କେତ ଦେଇଛନ୍ତି, ଯାହା ଶୁଣି ତାଙ୍କ ପ୍ରଶଂସକମାନେ ବେଶ ଭାବବିହ୍ବଳ ହୋଇପଡ଼ିଛନ୍ତି।

ଅମିତାଭ ନିଜ ବ୍ଲଗ୍‌ରେ ମନର ଗହନ କଥା ପ୍ରକାଶ କରି ଲେଖିଛନ୍ତି ଯେ, ଶୋ’କୁ ଆସୁଥିବା କେତେକ ପ୍ରତିଯୋଗୀଙ୍କ ବ୍ୟକ୍ତିଗତ ଦୁଃଖଦ କାହାଣୀ ଶୁଣି ନିଜ ଭାବନାକୁ ନିୟନ୍ତ୍ରଣ କରିବା ଏବଂ ଶୋ’ର ସଞ୍ଚାଳନ ଜାରି ରଖିବା ସେତିକି କଷ୍ଟକର ହୋଇପଡ଼ୁଛି।ସେ ଆହୁରି ଲେଖିଛନ୍ତି, “ମୁଁ ଏ ବାବଦରେ ଅଧିକ କିଛି କହିବି ନାହିଁ, କାରଣ ଏହା ହୋଷ୍ଟ ଏବଂ ଚ୍ୟାନେଲ ମଧ୍ୟରେ ଥିବା ବୁଝାମଣା ଉପରେ ପ୍ରଭାବ ପକାଇପାରେ। କିନ୍ତୁ ଏହି ଅନୁଭୂତି ହୃଦୟବିଦାରକ। ଏବେ ମୋର ଅବସର ନେବାକୁ ମନ ହେଉଛି। ବହୁତ ବିଳମ୍ବ ହୋଇଗଲାଣି ଏବଂ ରାତି ମୋତେ ଡାକୁଛି।” ହେଲେ ଏବେ ନିଜେ ବିଗ ବି ଏପରି ବ୍ଲଗ ଲେଖିବା ପରେ କ୍ରମାଗତ ଭାବେ ଶୋ’ ଛାଡ଼ିବା ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ତେବେ ଏହା କେତେଦୂର ସତ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ।

Share In Social Media
Scroll to Top