odisha24 Live

Latest News

Latest News

ଆପଲର ଧମାକାଦାର ଲଞ୍ଚ୍! ବଜାରକୁ ଆସିଲା

ମୁମ୍ବାଇ : ଲଞ୍ଚ୍ ହେଲା ଆପଲର ଦୁଇ ନୂଆ ଫୋନ୍ । ଆପଲ ନିଜର ସରପ୍ରାଇଜ୍ ଏବଂ ସାଇନ୍ ଇଭେଣ୍ଟରେ ଆଇଫୋନ୍-୧୮ ପ୍ରୋ ଏବଂ ଆଇଫୋନ୍ ୧୮ ପ୍ରୋ ମାକ୍ସକୁ ଲଞ୍ଚ୍ କରିଛି । ଗତବର୍ଷ ଆସିଥିବା ଆଇଫୋନ୍-୧୭ ସିରିଜ୍ ଅପେକ୍ଷା ଏଥିରେ ଅଧିକ ଫିଚର୍ସ ରହିଛି । ଏହାହସହ ଅନେକ ଅପଗ୍ରେଡେଡ୍ ମଧ୍ୟ କରାଯାଇଛି ।
ନୂଆ ସ୍ମାର୍ଟ ଫୋନରେ ଆପଲ ଆଡଭାନ୍ସଡ୍ ୨ ଏନଏମ୍ ଜେନେରେସନ୍ ବିଶିଷ୍ଟ ଏ୨୦ ପ୍ରୋ ଚିପସେଟ୍, ନୂଆ ଇନ୍ ହାଉସ୍ ସି-୨ ମଡେମ୍ ଏବଂ ଏକାସଙ୍ଗେ ତିନୋଟି ଆକ୍ଟିଭିଟିଜ୍ ଦେଖାଇ ପାରୁଥିବା ଡାଇନାମିକ୍ ଆଇଲେଡ୍ ପ୍ରଦାନ କରିଛି ।
ଦାମ୍ ଉପରେ ନଜର ପକାଇଲେ ଆଇଫୋନ୍ ୧୮ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୧୬୪,୯୦୦ ଟଙ୍କା ଏବଂ ଆଇଫୋନ୍ ୧୮ ପ୍ରୋ ମାକ୍ସର ଦାମ୍ ୧୭୯,୯୦୦ ଟଙ୍କା ରହିଛି । ୨୫୬ ଜିବି ବ୍ୟତୀତ ଏହା ୫୧୨ ଜିବି, ୧ ଟିବି, ୨ ଟିବି ଷ୍ଟୋରଜରେ ଉପଲବ୍ଧ । ୧୮ ପ୍ରୋର ୫୧୨ ଜିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୧୮୯,୯୦୦ ଟଙ୍କା ରହିଛି । ସେହିପରି ୧ଟିବି ବିଶିଷ୍ଟ ଭାରିଏଣ୍ଟର ଦାମ୍ ୨୩୯୯୦୦ ଟଙ୍କା ରହିଛି । ସେହିପରି ୨ଟିବି ଭାରିଏଣ୍ଟର ଦାମ୍ ୩୧୪୯୦୦ ଟଙ୍କା ରହିଛି ।

Share In Social Media
Scroll to Top