odisha24 Live

Latest News

Latest News

ବିଟେକ ରେ ବ୍ୟାକ୍ ଆସିଲେ ଡିଗ୍ରୀ ହେବ କି ରଦ୍ଦ,ଛାତ୍ରଛାତ୍ରୀ ଜାଣି ରଖନ୍ତୁ ଏହି ନିୟମ

ନୂଆଦିଲ୍ଲୀ : BTech ପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କ ମନରେ Backlogକୁ ନେଇ ଚିନ୍ତା ରହିଥାଏ। କୌଣସି ବିଷୟରେ ଫେଲ୍ ହେଲେ କ’ଣ ସିଧାସଳଖ BTech ଡିଗ୍ରୀ ରଦ୍ଦ ହୋଇଯାଏ? ଏହା ଏକ ସାଧାରଣ ଭ୍ରମ।

ସାଧାରଣତଃ ଗୋଟିଏ କିମ୍ବା ଦୁଇଟି ବିଷୟରେ Backlog ଲାଗିବା ମାତ୍ରେ ଛାତ୍ରଙ୍କ ଡିଗ୍ରୀ ରଦ୍ଦ ହୁଏ ନାହିଁ। ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ଛାତ୍ରଙ୍କୁ Back Paper କିମ୍ବା Supplementary Examination ଦେଇ ବିଷୟଟି ପାସ୍ କରିବାର ସୁଯୋଗ ମିଳେ।

କେବେ ସମସ୍ୟା ଗୁରୁତର ହୁଏ: Backlog ନିଜେ ଡିଗ୍ରୀ ବାତିଲ୍ ହେବାର କାରଣ ନୁହେଁ। କିନ୍ତୁ ଛାତ୍ର ନିଜ ବିଶ୍ୱବିଦ୍ୟାଳୟର ନିର୍ଦ୍ଧାରିତ Maximum Completion Period ମଧ୍ୟରେ ସମସ୍ତ ବିଷୟ ପାସ୍ କରିପାରିନଥିଲେ ସମସ୍ୟା ସୃଷ୍ଟି ହୋଇପାରେ।

Share In Social Media
Scroll to Top