
ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା । ନୋଏଡା ସେକ୍ଟର-୮୨ସ୍ଥିତ ନିଜ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏହି ଅବସରପ୍ରାପ୍ତ ଆଇଏଏସ ଅଫିସର ଜଣକ ଆତ୍ମହତ୍ୟା କଲେ, ପୁଲିସ ତାହାର ତଦନ୍ତ ଆରମ୍ଭ କରୁଛି ।
୧୯୮୧ ବ୍ୟାଚ୍ର ଆଇଏଏସ ଅଫିସର ସ୍ୱର୍ଗତ ମେହଟ୍ଟା ୨୦୦୭ରୁ ୨୦୧୦ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟ ସଚିବ ଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ସମୟରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ । ଦିଲ୍ଲୀ ମହାନଗର ନିଗମ କମିଶନର ଥିବା ବେଳେ ସେ ବହୁ ଜନହିତକର ପଦକ୍ଷେପମାନ ନେଇଥିଲେ ।





