odisha24 Live

Latest News

Latest News

ବିଧାନସଭାକୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାକୁ ବୋମାରେ ଉଡ଼ାଇବାକୁ ଧମକ। ଧମକପୂର୍ଣ୍ଣ ସୂଚନା ମିଳିବା ପରେ ବିଧାନସଭା ପରିସରରେ ଆତଙ୍କ ଖେଳିଯାଇଛି। ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।
ଦିଲ୍ଲୀ ବିଧାନସଭା ପରିସରକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଥିଲା । ଇମେଲ ମିଳିବା ପରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି । ଏହାପୂର୍ବରୁ ୧୧ ଜୁଲାଇରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାକୁ ଉଡ଼ାଇବାକୁ ଧମକ ମିଳିଥିଲା । ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି କେହି ଜଣେ ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ଧମକ ଦେଇଥିଲେ । ମୁମ୍ବାଇ ପୋଲିସ ତୁରନ୍ତ ଏହାର ସୂଚନା ଦିଲ୍ଲୀ ପୋଲିସକୁ ଜଣାଇଥିଲା । ପୋଲିସ ତୁରନ୍ତ ଲାଲକିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳକୁ ଯାଞ୍ଚ କରି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଥିଲା । ସେହିପରି ଅଗଷ୍ଟ ୧୮ରେ ନାଗପୁରର ୧୨ରୁ ଅଧିକ ସ୍କୁଲକୁ ବୋମା ଧମକ ମିଳିଥିଲା । ଇମେଲ ଜରିଆରେ ଧମକ ମିଳିବା ପରେ ପୋଲିସ ସ୍କୁଲ ପରିସରକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । କିନ୍ତୁ ପୋଲିସକୁ କୌଣସି ସନ୍ଦିଗ୍ଧ ବସ୍ତୁ ମିଳିନଥିଲା ।

Share In Social Media
Scroll to Top