odisha24 Live

Latest News

Latest News

ପାର୍କିଂ ବେଳେ ଖୁଣ୍ଟରେ ଧକ୍କା ଖାଇଲା ଇଣ୍ଡିଗୋ ବିମାନ

ଶ୍ରୀନଗର: ଶ୍ରୀନଗର ବିମାନବନ୍ଦରରେ ଶୁକ୍ରବାର ସକାଳେ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ବିମାନ ଯାତ୍ରୀ। ନବୀ ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ଏକ ବିମାନ ପାର୍କିଂ ହେବା ସମୟରେ ବିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍ (ଭିଡିଜିଏସ୍) ଖୁଣ୍ଟ ସହ ପିଟି ହୋଇଯାଇଥିଲା। ତେବେ ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ନେଇ ସଂପୃକ୍ତ ବିମାନ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।
ଇଣ୍ଡିଗୋ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୯:୦୨ ମିନିଟରେ ଇଣ୍ଡିଗୋ ଫ୍ଲାଇଟ୍ ‘୬ଇ୨୨୫’ ଶ୍ରୀନଗର ବିମାନବନ୍ଦରର ବେ” ନମ୍ବର ୦୬ରେ ପାର୍କିଂ ପାଇଁ ଯାଉଥିବା ସମୟରେ ଏହି ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ ମାନୁଆଲ୍ ସିଡ଼ି ବ୍ୟବହାର କରି ସମସ୍ତ ଯାତ୍ରୀଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଯାଇଥିଲା। ଏହି ଅଘଟଣରେ କାହାରିକୁ କୌଣସି ଆଘାତ ଲାଗିନାହିଁ। ଏହି ଘଟଣାର କାରଣ ସମ୍ପର୍କରେ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୁଧ୍ୟାନ ଓ ତଦନ୍ତ କରାଯିବ। ସମ୍ପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସଂସ୍ଥା କହିଛି।

Share In Social Media
Scroll to Top