odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଅବଗତ କରାନ୍ତୁ

ନୂଆଦିଲ୍ଲୀ : କ୍ୟାନ୍‌ସରର ସଅଳ ଚିହ୍ନଟ ଓ ତୁରନ୍ତ ଚିକିତ୍ସା ପାଇଁ ଏହାକୁ ଏକ ‘ଅଧିସୂଚିତ ରୋଗ’ ଭାବେ ଘୋଷଣା କରିବା ନିମନ୍ତେ ସୁପ୍ରିମକୋର୍ଟ ମଙ୍ଗଳବାର ଅବଶିଷ୍ଟ ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କ୍ୟାନ୍‌ସର ରୋଗୀ ଚିହ୍ନଟ ହେବା ମାତ୍ରେ ସରକାରଙ୍କୁ ଜଣାଇବା ବାଧ୍ୟତାମୂଳକ ହେବ। କ୍ୟାନ୍‌ସରକୁ ଅଧିସୂଚିତ ରୋଗ ଭାବେ ଘୋଷଣା କରିବା ପାଇଁ ଏକ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟରେ ସୁପାରିସ କରାଯିବା ପରେ ମୋଟ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୧୭ଟି ଏହା କାର୍ଯ୍ୟକାରୀ କରିଛନ୍ତି। ଏହା ଜାଣିବା ପରେ ସର୍ବୋଚ୍ଚ ଅଦାଲତ ବାକି ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଅନୁରୂପ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।କ୍ୟାନ୍‌ସରର ସଅଳ ଚିହ୍ନଟ ଏବଂ ରୋଗୀଙ୍କ ଉପଯୁକ୍ତ ଯତ୍ନ ଲାଗି ଅନୁରାଗ ଶ୍ରୀବାସ୍ତବ ନାମକ ଡାକ୍ତର ଏହାକୁ ଅନୁସୂଚିତ ରୋଗ ଭାବେ ଘୋଷଣା କରିବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଜନସ୍ବାର୍ଥ ମାମଲା ଦାଏର କରିଥିଲେ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top