
ଭୁବନେଶ୍ୱର : ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନୂତନ ଭାବେ ଚୟନିତ ପ୍ରାର୍ଥୀମାନେ ଏହି ନିଯୁକ୍ତି ପତ୍ର ପାଇଛନ୍ତି। ମୋଟ ୯ଟି ବିଭାଗରେ ଚୟନିତ ପ୍ରାର୍ଥୀମାନଙ୍କୁ ଏହି ଅବସରରେ ନିଯୁକ୍ତି ପତ୍ର ଦିଆଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇବା ସହ ନିଜ ଦାୟିତ୍ୱକୁ ନିଷ୍ଠା, ସ୍ୱଚ୍ଛତା ଓ ଦକ୍ଷତାର ସହ ତୁଲାଇବାକୁ ପରାମର୍ଶ ଦେଇଥିଲେ। ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରିବା ସହ ରାଜ୍ୟବାସୀଙ୍କୁ ଉନ୍ନତମାନର ସେବା ଯୋଗାଇବାରେ ନବନିଯୁକ୍ତ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ବୋଲି କୁହାଯାଇଥିଲା।

