odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

କଣ୍ଟେନରରୁ ଗଞ୍ଜେଇ ଜବତ

ସୁବଳୟା:ସୁବର୍ଣ୍ଣପୁର ପୋଲିସକୁ ଏକ ବଡ ସଫଳତା ମିଳିଛି। ୧୨.୫ କ୍ୱିଣ୍ଟାଲରୁ ଅଧିକ ବେଆଇନ ଗଞ୍ଜେଇ ଜବତ ହୋଇଛି। ।ଖୋଲା ବଜାରରେ ପ୍ରାୟ ୧୩ କୋଟି ମୂଲ୍ୟର ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ସୋନପୁର ଜିଲ୍ଲାର ସୁବଳୟା ଥାନା ସୀମାରେ ଏକ ଟ୍ରକରୁ ଜବତ କରାଯାଇଛି।ସୂଚନାମୁତାବକ, କଦଳିଗଡ଼ ପଟରୁ ଏକ କଣ୍ଟେନରରେ ବେଆଇନ ଭାବେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେଶାଲ ପୋଲିସ ଟିମ୍। ସୁବଳୟା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଛକ ନିକଟରେ ଚଢ଼ାଉ କରାଯାଇ ଏହି ସଫଳତା ହାସଲ କରାଯାଇଛି।
ପୋଲିସ ଗାଡ଼ିକୁ ଦେଖି କଣ୍ଟେନର୍ ଡ୍ରାଇଭର୍ ଘଟଣାସ୍ଥଳରୁ ଗାଡ଼ି ଛାଡ଼ି ଫେରାର୍ ହୋଇଯାଇଥିଲା। ଗାଡ଼ିଟିକୁ ଯାଞ୍ଚ କରିବା ସମୟରେ ପୋଲିସ କଣ୍ଟେନର୍ ଭିତରେ ପ୍ରସ୍ତୁତ କରାଯାଇଥିବା ଏକ ବିଶେଷ ସିକ୍ରେଟ୍ ଚେମ୍ବର୍ (ଗୁପ୍ତ କୋଠରୀ) ପାଇଥିଲା । ସିକ୍ରେଟ୍ ଚେମ୍ବରକୁ କାଟି ପୋଲିସ ସେଥିରୁ ଗଞ୍ଜେଇ ପ୍ୟାକେଟଗୁଡ଼ିକୁ ବାହାର କରିଥିଲା।

Share In Social Media

Leave a Comment

Your email address will not be published. Required fields are marked *

Scroll to Top