odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ବର: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଜଳାଭିଷେକ ଲାଗି ଶିବାଳୟରେ ରାତିରୁ ଲାଗିଛି କାଉଡ଼ିଆଙ୍କ ଧାଡ଼ି । ଶ୍ରୀଲିଙ୍ଗରାଜ, ଶ୍ରୀଲୋକନାଥ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ରାତିରୁ ଲାଗିଛି କାଉଡିଆଙ୍କ ଲମ୍ବା ଧାଡ଼ି । ସେହିପରି ଭୋଗରାଇ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଜଳାଭିଷେକ କରୁଛନ୍ତି ଲକ୍ଷାଧିକ କାଉଡ଼ିଆ । ଭୋର ୪ ଟାରୁ ବାବାଙ୍କ ଦ୍ୱାରଫିଟା ନୀତିକାନ୍ତି ପରେ ଜଳାଭିଷେକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ନୟାଗଡର ପ୍ରସିଦ୍ଧ ଶୈବକ୍ଷେତ୍ର ଲଡୁବାବାଙ୍କ ପୀଠରେ ଆଜି ଶହ ଶହ କାଉଡିଆ ଜଳଲାଗି କରୁଛନ୍ତି । ରାତି ୩ଟାରେ ମନ୍ଦିର ଖୋଲାଯିବା ପରେ ଠାକୁରଙ୍କ ନିତୀକାନ୍ତି କରାଯାଇ ୪ଟା ରାତିରୁ ଜଳଲାଗି ଆରମ୍ଭ ହୋଇଛି । କାଉଡିଆମାନେ କଣ୍ଟିଲୋ , କଟକ ଓ ରାଜ୍ୟର ବିଭିନ୍ନ ନଦୀରୁ ପାଣି ଆଣି ମାନସିକ ପୁରଣ ପାଇଁ ଲଡୁବାବାଙ୍କ ମସ୍ତକରେ ଜଳଲାଗି କରୁଛନ୍ତି । ସୋମବାର ଶିବାଳୟରେ ଗୁଡ଼ିକରେ ଅସମ୍ଭାଳ ଭିଡ଼କୁ ଦୃଷ୍ଟିକୁ ଦେଖି କାଉଡ଼ିଆଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ବ୍ୟବସ୍ଥା କରାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top