odisha24 Live

Latest News

Latest News

ୟୁକୋ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ

ୟୁକୋ ବ୍ୟାଙ୍କ ପକ୍ଷରୁ ବର୍ଷ ୨୦୨୬ ପାଇଁ ଆପ୍ରେଣ୍ଟିସ୍ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁଯାୟୀ, ମୋଟ ୫୩୦ଟି ଖାଲି ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କୁ ୧ ବର୍ଷର ତାଲିମ ପ୍ରଦାନ କରାଯିବ ଏବଂ ତାଲିମ ସମୟରେ ପ୍ରତିମାସରେ ୧୬,୫୦୦ ଟଙ୍କା ଷ୍ଟାଇପେଣ୍ଡ ଦିଆଯିବ।

ଅକ୍ଟୋବର ୧୪, ୨୦୨୬ ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅକ୍ଟୋବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହି ନିଯୁକ୍ତି ଆପ୍ରେଣ୍ଟିସ୍ ଆଇନ ୧୯୬୧ ଅଧୀନରେ କରାଯାଉଛି।

ଆବେଦନ ପାଇଁ ଯୋଗ୍ୟତା: ପ୍ରାର୍ଥୀ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଯେଉଁ ପ୍ରାର୍ଥୀମାନେ ଏପ୍ରିଲ ୧, ୨୦୨୨ କିମ୍ବା ତା’ପରେ ସ୍ନାତକ ପାସ୍ କରିଛନ୍ତି, କେବଳ ସେମାନେ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଜାତୀୟ ଆପ୍ରେଣ୍ଟିସ୍ ଟ୍ରେନିଂ ସ୍କିମ୍ ପୋର୍ଟାଲରେ ପଞ୍ଜୀକରଣ କରିବାକୁ ପଡିବ।

Share In Social Media
Scroll to Top