
ମୁମ୍ବାଇ : ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି ମୃଣାଳ ଠାକୁର। ଦର୍ଶକଙ୍କୁ ଦେଇଛନ୍ତି ଅନେକ ହିଟ୍ ଫିଲ୍ମ। ଆଜିକାଲି ସେ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡ଼େ ପ୍ରେମରେ ପଡ଼ିଥିବା ନେଇ ଆଲୋଚନା ହେଉଛି। ଭାରତର ଜଣେ ଯୁବ କ୍ରିକେଟରଙ୍କୁ ସେ ମନ ଦେଇଥିବା ଜଣାପଡ଼ିଛି। ଉଭୟ ମାୟାନଗରୀରେ ଘୂରି ବୁଲୁଛନ୍ତି ଓ ସାଙ୍ଗରେ କଫି ପିଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ହେଲେ ପ୍ରେମକୁ ନେଇ କିନ୍ତୁ ଉଭୟ ଚୁପ୍ ଅଛନ୍ତି। ତେବେ ଏଠି ମନରେ ପ୍ରଶ୍ନ ଉଠୁଥିବ, କିଏ ସେହି କ୍ରିକେଟର? ତାଙ୍କର ନାଁ କଣ? ତାହାହେଲେ ଆସନ୍ତୁ ପୂରା ରିପୋର୍ଟ ଉପରେ ନଜର ପକାଇବା।
କିଛି ସମୟ ତଳେ ମୃଣାଳ ଠାକୁର ଓ ଯୁବ କ୍ରିକେଟର ଯଶସ୍ୱୀ ଜୟସୱାଲଙ୍କୁ ମୁମ୍ବାଇର ଏକ କ୍ୟାଫେରୁ ବାହାରୁଥିବା ଦେଖିବାକୁ ମିଳିଥିଲା। ଯଦିଓ ଉଭୟ ଅଲଗା ଅଲଗା ଭାବେ ବାହାରିଥିଲେ, କିନ୍ତୁ ସମାନ କ୍ୟାଫେରୁ ବାହାରକୁ ଆସୁଥିବାର ଉଭୟଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାପରେ ଉଭୟ ଡେଟ କରୁଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।

