
ପୋଲିସ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ରହିଛି। ନାଗାଲାଣ୍ଡ ସରକାରଙ୍କ ପକ୍ଷରୁ ପୋଲିସ କନଷ୍ଟେବଳ ଜିଡି ର ୧,୧୩୭ ପଦବୀ ପାଇଁ ଏକ ନୂତନ ଭର୍ତ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀଗୁଡ଼ିକ ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆସନ୍ତା ଅକ୍ଟୋବର ୩୧, ୨୦୨୬ ରୁ ଆରମ୍ଭ ହେବ ଏବଂ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୩୦, ୨୦୨୬ ରହିଛି।
ଏହି ନିଯୁକ୍ତି ସୁଯୋଗ ମାଧ୍ୟମରେ ମୋଟ ୧,୧୩୭ ଜିଡି କନଷ୍ଟେବଳ ପଦବୀ ପୂରଣ କରାଯିବ। ଏଥିରେ ଗୌହାଟୀ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧,୦୫୩ଟି ପଦବୀ ଏବଂ ପୂର୍ବ ଭର୍ତ୍ତିର ୮୪ଟି ବ୍ୟାକଲଗ୍ ପଦବୀ ସାମିଲ ରହିଛି। ଏହି ପଦଗୁଡ଼ିକର ଆବଣ୍ଟନ ଜିଲ୍ଲା ଏବଂ ଜନଜାତି ଅନୁଯାୟୀ କରାଯାଇଛି। ତେଣୁ ଆବେଦନକାରୀମାନେ କେବଳ ସେହି ଜିଲ୍ଲା ପାଇଁ ଆବେଦନ କରିପାରିବେ, ଯାହା ପାଇଁ ସେମାନେ ଯୋଗ୍ୟ ଅଟନ୍ତି। ଚୟନିତ ଯୁବକମାନଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇଆର୍ ବାଟାଲିୟନରେ ମୁତୟନ କରାଯିବ।
ଆବେଦନ ପାଇଁ ଯୋଗ୍ୟତା ଏବଂ ବୟସ ସୀମା: ଏହି ଭର୍ତ୍ତି କେବଳ ନାଗାଲାଣ୍ଡର ସ୍ୱୀକୃତ ନାଗା ଜନଜାତିର ମୂଳ ନିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ। ପଛୁଆ ଜନଜାତିର ପ୍ରାର୍ଥୀମାନଙ୍କ ପାଇଁ ସର୍ବନିମ୍ନ ଯୋଗ୍ୟତା ଷଷ୍ଠ ଶ୍ରେଣୀ ପାସ୍ ଏବଂ ଅନ୍ୟାନ୍ୟ ନାଗା ଜନଜାତିର ପ୍ରାର୍ଥୀଙ୍କ ପାଇଁ ଅଷ୍ଟମ ଶ୍ରେଣୀ ପାସ୍ କରିବା ବାଧ୍ୟତାମୂଳକ ଅଟେ। ପ୍ରାର୍ଥୀଙ୍କ ବୟସ ୧୮ ରୁ ୩୭ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ବୟସର ଗଣନା ଅକ୍ଟୋବର ୧୪, ୨୦୨୬ କୁ ଆଧାର କରି କରାଯିବ।





