odisha24 Live

Latest News

Latest News

ସକ୍ରିୟ ରହିଛି ଘୂର୍ଣ୍ଣିବଳୟ

ଥାଇଲ୍ୟାଣ୍ଡ ଓ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ସଲଗ୍ନ ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିପାରେ । ପରେ ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।

ସମ୍ଭାବ୍ୟ ଲଘୁଚାପ ଆଗକୁ ଘନୀଭୂତ ହେବ ନା ନାହିଁ ସେନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି । କିଛି ମଡେଲ୍ ଏବଂ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି କି ସମ୍ଭାବ୍ୟ ଲଘୁଚାପ ଡିପ୍ରେସନ ବା ଅବପାତର ରୂପ ନେଇପାରେ । କିଛି ମଡେଲ୍ ଏହାକୁ ବାତ୍ୟାର ରୂପ ବି ଦେଇଛନ୍ତି । ଏ ସମ୍ଭାବ୍ୟ ଲଘୁଚାପକୁ ନେଇ ବାତ୍ୟା ଭୟ ବଢିଛି । ଯେହେତୁ ଏହା ଅକ୍ଟୋବର ମାସ ତେଣୁ ସାଇକ୍ଲୋନ୍ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ କିଛି ଆକଳନ କରିନାହିଁ ।

Share In Social Media
Scroll to Top