
ମୁମ୍ବାଇ: ବଲିଉଡରେ ନିଜର ଦମଦାର ଖଳନାୟକ ଚରିତ୍ର ପାଇଁ ଘରେ ଘରେ ପରିଚିତ ଥିବା ଲୋକପ୍ରିୟ ଅଭିନେତା ପ୍ରଦୀପ ରାୱତଙ୍କର ପରଲୋକ ଘଟିଛି। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିଲେ ଏବଂ ନିଜର ନିଖୁଣ ଅଭିନୟ ଶୈଳୀ ପାଇଁ ବେଶ୍ ଆଦୃତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ପ୍ରଦୀପ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ ବୋଲି ମ୍ୟାନେଜର ସିଦ୍ଧାର୍ଥ ତିୱାରୀ ମୃତ୍ୟୁର କାରଣ ସ୍ପଷ୍ଟ କରି କହିଛନ୍ତି | ତାଙ୍କୁ ଏକ ମାସରୁ ଅଧିକ ସମୟ ଧରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ମଙ୍ଗଳବାର ଦିନ ରାତିରେ ହିଁ ସେ ସେଠାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରାୟ ୪ ଦଶନ୍ଧିରୁ ଅଧିକ ସମୟର ଅନେକ ଆଞ୍ଚଳିକ କ୍ୟାରିୟର ମଧ୍ୟରେ ସେ ହିନ୍ଦୀ, ତେଲୁଗୁ, ତାମିଲ ସମେତ ଅନେକ ସିନେମାରେ ଖଳନାୟକ ଓ ସହ-ଅଭିନେତା ଭାବେ ଚମତ୍କାର ଅଭିନୟ କରିଥିଲେ | ଚଳଚ୍ଚିତ୍ର ଜଗତରେ ପାଦ ଥାପିବା ପୂର୍ବରୁ ପ୍ରଦୀପ ରାୱତ ବିଆର୍ ତ’ରେ ‘ଅଶ୍ୱତ୍ଥାମା’ ଚୋପ୍ରାଙ୍କ ମହାନ ପୌରାଣିକ ଧାରାବାହିକ ‘ମହାଭାରତ’ ଚରିତ୍ରରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏବେ ତାଙ୍କ ବିୟୋଗରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

