odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ସାବଧାନ ! ଘରେ ଚପଲ ପିନ୍ଧୁଛନ୍ତି କି ?

ଆମେ ଅଧିକାଂଶ ସମୟରେ ଜୋତା ଚପଲ ଉପରେ ଧ୍ୟାନ ଦେଇ ନଥାଉ । ହେଲେ ଜୋତା ଚପଲ ମଧ୍ୟ ଆପଣଙ୍କୁ କାଙ୍ଗାଳ କରିଦେଇପାରେ । ଏଥିପ୍ରତି ଧ୍ୟାନ ରଖିବା ଜରୁରୀ । ଜାଣନ୍ତୁ ଜୋତା ଚପଲ ସମ୍ପର୍କରେ କିଛି ବାସ୍ତୁ ଟିପ୍ସ ।
ମା’ ଲକ୍ଷ୍ମୀ କ’ଣ ପାଇଁ ହୋଇଯାଆନ୍ତି ନାରାଜ:- ହିନ୍ଦୁ ଶାସ୍ତ୍ର ଅନୁସାରେ ବାସ୍ତୁ ଶାସ୍ତ୍ରର ପ୍ରଭାବ ସିଧା ଆମର ଜୀବନ ଉପରେ ପଡ଼ିଥାଏ । ଘରର ଉତ୍ତର ପୂର୍ବ ଦିଗରେ ଜୋତା ଚପଲ ରଖିବା ବହୁତ ଅଶୁଭ ହୋଇଥାଏ । ଏହି ଦିଗ ସକରାତ୍ମକତା ଆଣିଥାଏ । ତେଣୁ ଏଠାରେ ଜୋତା ଚପଲ ରଖିଲେ ମା’ ଲକ୍ଷ୍ମୀ ନାରାଜ ହୋଇଥାନ୍ତି ।
ବେଡରୁମକୁ ଚପଲ ନେବା ଅଶୁଭ:- ଆଜିକାଲି ଲୋକେ ବେଡରୁମକୁ ଜୋତା ଚପଲ ପିନ୍ଧିକରି ଯାଇଥାନ୍ତି । ଏମିତି କି ବେଡରୁମରେ ଚପଲ ମଧ୍ୟ ରଖିଥାନ୍ତି । ଫଳରେ ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ ।
ନୀଳ ରଂଗର ଜୋତା କରନ୍ତୁ ବ୍ୟବହାର:- ଯେଉଁ ଲୋକଙ୍କ ଜୀବନରେ ଉନ୍ନତି ହେଉନାହିଁ, ଏମାନେ ଖାସ କରି ନୀଳ ରଂଗର ଜୋତା ବ୍ୟବହାର କରନ୍ତୁ । ସର୍ବଦା ସଫା ଓ ସୁନ୍ଦର ଜୋତା ପିନ୍ଧିବା ଦ୍ୱାରା କାର୍ଯ୍ୟ ଠିକ ଭାବେ ଚାଲିଥାଏ ଓ ସଫଳତା ମିଳିଥାଏ ।
ଅପରିସ୍କାର ଜୋତା ଚପଲ ପିନ୍ଧନ୍ତୁ ନାହିଁ:- ଲୋକ ତରବରରେ ଅପରିସ୍କାର ଜୋତା ପିନ୍ଧି ଚାଲିଯାଇଥାନ୍ତି । ଯାହାକି ଆପଣଙ୍କ ପର୍ସନାଲଟି ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ମଧ୍ୟ ଧନହାନୀର କାରଣ ହୋଇଥାଏ । ତେଣୁ ସର୍ବଦା ଜୋତା ସଫା କରି ପିନ୍ଧି ଯିବା ଉଚିତ୍‌ ।
ହଳଦିଆ ରଂଗର ଜୋତା ପିନ୍ଧନ୍ତୁ ନାହିଁ:- ଫେସନ ଯୁଗରେ ଲୋକେ ବିଭିନ୍ନ ରଂଗର ଜୋତା ପିନ୍ଧୁଛନ୍ତି । ଲୋକେ ବାସ୍ତୁ ପ୍ରତି ନଜର ଦିଅନ୍ତି ନାହିଁ । ଲୋକଙ୍କୁ ଏହା ମନେ ରଖିବା ଉଚିତ ଯେ ହଳଦିଆ ରଂଗର ଜୋତା ପିନ୍ଧିବା ଦ୍ୱାରା ଆପଣଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top