
ମେଷ : ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପାଇଁ ସାମାନ୍ୟ ମାନସିକ ଚିନ୍ତା ବଢ଼ିପାରେ। ଧୈର୍ଯ୍ୟର ସହ କାମ କଲେ ସଫଳତା ମିଳିବ।
ବୃଷ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପରିବାରର ସହଯୋଗ ମିଳିବ ଏବଂ ଦିନଟି ଆନନ୍ଦଦାୟକ ରହିବ।
ମିଥୁନ: କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ନୂତନ ଯୋଜନା ପ୍ରସ୍ତୁତ କରିବା ପାଇଁ ଆଜି ଦିନଟି ଅନୁକୂଳ।
କର୍କଟ: ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ ଏବଂ ଖର୍ଚ୍ଚ ବୃଦ୍ଧି ହୋଇପାରେ।
ସିଂହ: ଆଜି ଆପଣଙ୍କର ଭାଗ୍ୟ ଉଦୟ ହେବାର ସମ୍ଭାବନା ଅଛି। ବନ୍ଧୁ ମିଳନରୁ ଲାଭବାନ ହେବେ।
କନ୍ୟା: ଶାରୀରିକ ଓ ମାନସିକ ସୁସ୍ଥତା ଲାଭ କରିବେ। ଦୀର୍ଘ ଦିନରୁ ଚାଲିଥିବା ସମସ୍ୟାର ସମାଧାନ ହେବ।
ତୁଳା: କଳା ଏବଂ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବହୁତ ଭଲ ରହିବ। ଯାତ୍ରା ସଫଳ ହେବ।
ବିଛା: ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କୋର୍ଟ କଚେରୀ ମାମଲାରୁ ଦୂରେଇ ରହିବା ଭଲ।
ଧନୁ : ଭାଇ ଓ ବନ୍ଧୁମାନଙ୍କଠାରୁ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂତନ ନିବେଶ ପାଇଁ ଦିନଟି ଶୁଭ।
ମକର : ଆର୍ଥିକ ଉନ୍ନତି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ସୁସ୍ୱାଦୁ ଭୋଜନ ପ୍ରାପ୍ତିର ଯୋଗ ଅଛି।
କୁମ୍ଭ : ମାନସିକ ଶାନ୍ତି ମିଳିବ। ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟରେ ଶେଷ ହେବ ଓ ଆତ୍ମବିଶ୍ୱାସ ବଢ଼ିବ।
ମୀନ : ପରିବାର ସଦସ୍ୟଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ହେବ। ସାମାଜିକ କାର୍ଯ୍ୟରେ ମନ ନିବେଶ କରିବେ।





