odisha24 Live

Latest News

Latest News

ଆଜିର ରାଶିଫଳ

ମେ‌ଷ : ବଡ଼ଙ୍କର ପରାମର୍ଶ ଆପଣଙ୍କ ଲାଗି ଲାଭଦାୟକ ରହିବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରହନ୍ତୁ। ‌ଘର କାମ ପୂରା କରିବାରେ ପରିବାରର ସହଯୋଗ ପାଇବେ।
ବୃଷ : ବେପାରରେ ଲାଭ ହେବ। ଏକାନ୍ନବର୍ତ୍ତୀ ପରିବାରର ଲୋକଙ୍କ ମଧ୍ୟରେ ପ୍ରୀତି ବଢ଼ିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମର ପ୍ରଶଂସା କରିବେ। ଯାନ କିଣିବା ଲାଗି ମନ ବଳାଇବେ। ‌
ମିଥୁନ : ଡେକୋରସନ ବ୍ୟବସାୟୀଙ୍କ ପାଇଁ ଦିନଟି ଭଲ। ପୂଜାପାଠରେ ସମୟ ବିତିବ। ରାଜନୀତି କ୍ଷେତରେ ଥିବା ଲୋକଙ୍କ ପାଇଁ ଦିନଟି ସାଧାରଣ ରହିବ। ଆପଣଙ୍କ ପିଲାଠାରୁ ଭଲ ଖବର ପାଇବେ। ‌
କର୍କଟ : କୌଣସି ମକଦ୍ଦମାରେ ଜୟଲାଭ କରିବେ। ଘର ଲୋକ ଆପଣଙ୍କର କୌଣସି କାମରେ ଖୁସି ହେବେ। ଓକିଲଙ୍କ ଲାଗି ଦିନଟି ଭଲ ରହିବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ।‌ ‌
ସିଂହ : ବନ୍ଧୁର ଜନ୍ମଦିନ ସମାରୋହକୁ ଯାଇପାରନ୍ତି। ପାରିବାରିକ ଜୀବନ ସୁଖକର ହେବ। ଅଧୁରା ଥିବା କାମ ପୂରା କରିପାରିବେ। ଘର ପାଇଁ ବିଦ୍ୟୁତ୍ ଉପକରଣ କିଣିପାରନ୍ତି।‌ଚାକିରିରେ ଉନ୍ନତି ଯୋଗ ଅଛି।
କନ୍ୟା : ଯାନ କିଣିବା ପାଇଁ ପରିବାରର ପୂରା ସହଯୋଗ ପାଇବେ।‌ ଅଫିସରେ ଆପଣଙ୍କ ପ୍ରଦର୍ଶନ ସମସ୍ତଙ୍କୁ ପସନ୍ଦ ହେବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଦିନଟି ଭଲ ରହିବ।
ତୁଳା : ବାପାମାଆଙ୍କ ସହିତ ଧର୍ମାନୁଷ୍ଠାନକୁ ଯିବେ।ବୈବାହିକ ଜୀବନରେ ଖୁସି ଆସିବ। ବ୍ୟବସାୟୀଙ୍କୁ ବଡ଼ ଅର୍ଡ଼ର ମିଳିବ।ଛାତ୍ରଙ୍କୁ କିଛି ଶିଖାଇବା ପାଇଁ ଦିନଟି ଭଲ। ପ୍ରେମୀଯୁଗଳ ବାହାରକୁ ବୁଲି ଯିବେ। ‌
ବିଛା: ନିବେଶ ବିଷୟରେ ବଡ଼ଙ୍କର ମତ ନେବା ଠିକ୍ ରହିବ। ଛୋଟ ଛୋଟ ସଫଳତାରେ ଶୀଘ୍ର ଉନ୍ନତି ହେବ। ରାଜନୀତି କାର୍ଯ୍ୟରେ ମନ ଲାଗିବ।‌ବ୍ୟବସାୟ ଦୃଷ୍ଟିରୁ ସଫଳତା ପାଇବେ।
ଧନୁ : ସ୍ବାସ୍ଥ୍ୟ ଦୃଷ୍ଟିରୁ ଆପଣ ସୁସ୍ଥ ରହିବେ। ପ୍ରେମୀଯୁଗଳ ନିଜର ଜୀବନ ଶୈଳୀରେ କିଛି ପରିବର୍ତ୍ତନ କରିପାରନ୍ତି। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।
ମକର : ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ। ଆପଣ ଆଜି ଯାହା ଶିଖିବେ ତାହା ଆପଣଙ୍କ ଲାଗି ଲାଭଦାୟକ ହେବ।କୌଣସି କାମ ତରବରିଆରେ କଲେ ଅସୁବିଧାରେ ସମ୍ମୁଖୀନ ହେବେ।
କୁମ୍ଭ : ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଧନଲାଭ ହେବ। ଆପଣଙ୍କର ଅଶାନ୍ତି ନିବାରଣ ହେବ। ଛାତ୍ରଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ପ୍ରିୟଜନଙ୍କ ଠାରୁ ଉପହାର ପାଇବେ।
ମୀନ : ଧନ ଚିନ୍ତା ଦୂର ହୋଇଯିବ। ପୁରୁଣା ବନ୍ଧୁ ସହିତ ଫୋନରେ କଥା ହେବେ। ଆପଣଙ୍କୁ ଭଲ ଚାକିରି ମିଳିବ। ପରିବାରରେ ସୌହାର୍ଦ ବଜାୟ ରହିବ। ପ୍ରେମୀଯୁଗଳଙ୍କର ସମ୍ବନ୍ଧ ମଧୁରତାପୂର୍ଣ୍ଣ ରହିବ।

Share In Social Media
Scroll to Top